୩ ମାସ ଶିଶୁ ଅସୁସ୍ଥ ହୋଇପଡିବାରୁ ଭୁବନେଶ୍ୱରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ! ଗୌହାଟିରୁ ଚେନ୍ନାଇ ଯାଉଥିଲା ବିମାନ

203

କନକ ବ୍ୟୁରୋ : ଭୁବନେଶ୍ୱରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଗୌହାଟିରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନରେ ଥିବା ୩ ମାସ ଶିଶୁର ସ୍ୱାସ୍ଥ୍୍ୟବସ୍ଥା ହଠାତ ଖରାପ ହୋଇଯିବାକୁ ଜରୁରୀକାଳୀନ ଚିକିତ୍ସା ପାଇଁ ବିମାନଟିକୁ ଅବତରଣ କରାଯାଇଥିଲା । ଏହା ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୌହାଟୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଜରୁରୀ ଅବତରଣ ପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରର ଏୟାର ଟ୍ରାଫିକ୍ କଂଣ୍ଟ୍ରୋଲ ସହିତ ଯୋଗାଯୋଗ କରିଥିଲା । ଏଠାରୁ ସିଗ୍ନାଲ ପାଇବା ପରେ ଏହି ଇଣ୍ଡିଗୋ ବିମାନଟି ଜରୁରୀ ଅବତରଣ କରିବା ପରେ ଏଥିରେ ଯାତ୍ରା କରୁଥିବା ଜଣେ ୩ ମାସର ଅସୁସ୍ଥ ଶିଶୁଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ବିମାନବନ୍ଦର ବାହାରକୁ ନିଆଯିବା ସହିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।