ଇଣ୍ଡିଗୋର ମେଗା ଅଫର ! ୧୨ ଲକ୍ଷ ଯାତ୍ରୀଙ୍କୁ ମିଳିବ ଶସ୍ତା ଟିକେଟ, ୫୭ଟି ସହରକୁ କରିପାରିବେ ଯାତ୍ରା

29

ପ୍ରାଇଭେଟ ଏୟାରଲାଇନ୍ସ ଇଣ୍ଡିଗୋକୁ ଏହା ଭିତରେ ୧୨ ବର୍ଷ ବିତିଗଲାଣି । ଗମାନଗମନ କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରି ପାରିଥିବା ଇଣ୍ଡିଗୋ ଏୟାରଲାଇନ୍ସ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାତ୍ରୀଙ୍କୁ ବଡ ଉପହାର ଦେବାକୁ ଯାଉଛି । ଉପହାର ସ୍ୱରୂପ ପ୍ରାୟ ୧୨ ଲକ୍ଷ ସିଟ୍ ଭଡା ଶସ୍ତା କରିବାକୁ ଯାଉଛି ଇଣ୍ଡିଗୋ । ଏହାର ଆରମ୍ଭ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।

୧୦ ଜୁଲାଇରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଏହି ଅଫର ଉପଲବ୍ଧ ହେବ । ଏହି ସମୟରେ ଇଣ୍ଡିଗୋ ସିଟର ମୂଲ୍ୟ ୧୨୧୨ ଟଙ୍କାରୁ ଆରମ୍ଭ ହେବ । ଅନ୍ୟ ଟିକେଟ ଗୁଡିକ ଉପରେ ୨୫ ପ୍ରତିଶତ ରିହାତି ଦିଆଯିବ । ଶସ୍ତାରେ ମିଳିବାକୁ ଥିବା ଏହି ୧୨ ଲକ୍ଷ ସିଟ୍ ୫୭ଟି ସହରକୁ ଯିବା ପାଇଁ ବୁକ୍ କରିପାରିବେ । ଏହି ସମୟରେ ବୁକ୍ କରାଯାଇଥିବା ଟିକେଟରେ ଯାତ୍ରୀ ମାନେ ୨୫ ଜୁଲାଇ ୨୦୧୮ ଠାରୁ ୩୦ ମାର୍ଚ୍ଚ ୨୦୧୯ ମଧ୍ୟରେ ତାରିଖ ଚୟନ କରି ଯାତ୍ରା କରିପାରିବେ । ଏହାଛଡା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର କେଡ଼୍ରିଟ କାର୍ଡରେ ୩୦୦୦ରୁ ଅଧିକ ଟଙ୍କାର ମୂଲ୍ୟର ଟିକେଟ ବୁକ କଲେ ୫ ପ୍ରତିଶତ କ୍ୟାସବ୍ୟାକ ସର୍ବାଧିକ (୫୦୦) ଟଙ୍କା ପର୍ଯ୍ୟନ୍ତ ଫାଇଦା ପାଇପାରିବେ ଯାତ୍ରୀ ।

ଶସ୍ତା ଟିକେଟ ପାଇଁ ପରିଚିତ ଥିବା ଇଣ୍ଡିଗୋ କମ୍ପାନିା ଏହି ଅଫରରେ ଅର୍ନ୍ତରାଷ୍ଟ୍ରୀୟ ରୁଟ୍ ମଧ୍ୟ ସାମିଲ ଅଛି । କମ୍ପାନିର ଅଧିକାରୀଙ୍କ କହିବା ଅନୁଯାୟୀ, ଇଣ୍ଡିଗୋ ୪ ଅଗଷ୍ଟ ୨୦୧୮ରେ ୧୨ ବର୍ଷ ପୂରଣ କରିବାକୁ ଯାଉଅଛି । ଏହି ଅବସରରେ ୫୭ଟି ସହର ପାଇଁ ସବୁଠୁ ବଡ ସେଲ ଅଫର ନେଇ ଆସିଛି ଇଣ୍ଡିଗୋ । ତେବେ ଏହି ୧୨ ବର୍ଷର ଉପଲବ୍ଧି ପାଇଁ ଯାତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛି ଇଣ୍ଡିଗୋ କମ୍ପାନି ।