ତଳେ ପକାଇ ଘୋଷାଡି ନେଲେ, ତଣ୍ଟି ଚିପିଲେ ! ଇଣ୍ଡିଗୋ ବିମାନ କର୍ମଚାରୀ ନା ରାସ୍ତାକଡର ଗୁଣ୍ଡା

56

ସାମ୍ନାକୁ ଆସିଲା ବିମାନ କର୍ମଚାରୀଙ୍କ ଦାଦାଗିରି । ୫୩ ବର୍ଷିୟ ବ୍ୟକ୍ତିଙ୍କୁ ମାଡ ମାରିଲେ ଦୁଇଜଣ ଇଣ୍ଟିଗୋ ବିମାନ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଯାତ୍ରୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମାଡ ମାରି ଆହତ କରିଛନ୍ତି ବିମାନ କର୍ମଚାରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ଘଟଣା ଅକ୍ଟୋବର ମାସରେ ହୋଇଥିଲା ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।

Indigo-airlines-1-644x362ଗତମାସ ଅକ୍ଟୋବର ୧୫ରେ ଚେନ୍ନାଇରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲା ଇଣ୍ଡିଗୋ ବିମାନ । ଏହି ବିମାନଟି ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ରାଜୀବ କାଟିଆଲ ନାମକ ୫୩ ବର୍ଷିୟ ବ୍ୟକ୍ତିଙ୍କୁ ମାଡ ମାରୁଥିଲେ ବିମାନର ଦୁଇ କର୍ମଚାରୀ । ତେବେ ବିମାନ କର୍ମଚାରୀ ରାଜୀବଙ୍କୁ ମାଡ ମାରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରାଜୀବ କାଟିଆଲ ବିମାନରୁ ଓହ୍ଲାଇବା ପରେ ଟର୍ମିନାଲ ପର୍ଯ୍ୟନ୍ତ ଯିବାକୁ ବସକୁ ଅପେକ୍ଷା କରିଥିଲେ । କିନ୍ତୁ କୌଣସି କାରଣରୁ ରାଜୀବଙ୍କୁ ବସରେ ଚଢିବାକୁ ଦେଇନଥିଲେ ବିମାନ କର୍ମଚାରୀ । ଏଥିରେ ଉତ୍ତକ୍ଷିପ୍ତ ହୋଇଯାଇଥିଲେ ରାଜୀବ । ଏହାର କାରଣ ପଚାରିବାରୁ ବିମାନ କର୍ମଚାରୀ ତାଙ୍କୁ ଠେଲି ଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।

କେହି କିଛି ଭାବିବା ପୂର୍ବରୁ ଝଗଡା ଏତେ ଜୋରରେ ହୋଇଥିଲା ଯେ, ଧକ୍କା ମରାମରି ପର୍ଯ୍ୟନ୍ତ କଥା ବଢି ଯାଇଥିଲା । ଏହାକୁ ବିରୋଧ କରିବାରୁ ରାଜୀବଙ୍କୁ ତଳେ ପକାଇ ମାଡ ମାରିଥିଲେ ବିମାନ କର୍ମଚାରୀ । ଏପରିକି ତାଙ୍କୁ କିଛି ବାଟ ପଯ୍ୟନ୍ତ ଘୋଷାଡି ନେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଏହି ଘଟଣା ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସ କ୍ଷମା ମାଗିଛି ।ଏହାଛଡା ଏହି ଘଟଣାରେ ଯେଉଁ କର୍ମଚାରୀ ସାମିଲ ଥିଲେ ସେବାନଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ତେବେ ଏହି ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଅଶୋକ ଗଜପତି ରାଜୁ କହିଛନ୍ତି, ଏହାକୁ ନେଇ ଇନ୍ଦିରା ଗାନ୍ଧି ବିମାନବନ୍ଦର କତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ମଗାଯାଇଛି । ରିପୋର୍ଟ ଅନୁଯାୟୀ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।ଏସବୁ ଭିତରେ ମନକୁ ପ୍ରଶ୍ନ ଆସୁଛି ଆରାମଦାୟକ ଯାତ୍ରା ପାଇଁ ଲୋକେ ବିମାନରେ ଯାତାୟତ କରିଥାନ୍ତି । କିନ୍ତୁ ବିମାନ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ।