ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ବିମାନ ! ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ-୬-୪୮୯ ବିମାନ ଜୟପୁରରେ କଲା ଅବତରଣ

21

କନକ ବ୍ୟୁରୋ : ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ବିମାନ । ଦିଲ୍ଲୀ ବଦଳରେ ଜୟପୁରରେ ଅବତରଣ କଲା ଇଣ୍ଡିଗୋ-ବିମାନ । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ଠିକ୍ ସମୟରେ ଅବତରଣ କରିପାରିନଥିଲା । ପରେ ଦେଢ ଘଂଟା ଧରି ଆକାଶରେ ବିପଦପୂର୍ଣ୍ଣ ଉଡାଣ ପରେ ଅବତରଣ ପାଇଁ ୩ ଥର ଉଦ୍ୟମ କରିବା ପରେ ବିମାନଟି ଜୟପୁରରେ ଜରୁରୀ ଅବତରଣ କରିଛି । ଏୟାର ଟର୍ବ୍ୟୁଲାନ୍ସରେ ଫସି ଯିବାରୁ ବିମାନଟି ସଠିକ୍ ସମୟରେ ଅବତରଣ କରିପାରିନଥିଲା ।

ତେବେ ବିମାନଟି ଜୟପୁରରେ ଅବତରଣ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ ବିମାନଟି ଉଡାଣ ଆରମ୍ଭ କରିବା ପରଠୁ ଦୋହଲିବା ଆରମ୍ଭ କରିଥିଲା । ତେବେ ମାତ୍ର ୪୫ ମିନିଟ୍ ଆକାଶରେ ଉଡିବା ପରେ ଇଣ୍ଡିଗୋ-୬-୪୮୯ ବିମାନଟି ସମ୍ପୂର୍ଣ୍ଣ ଭାବେ ଦୋହଲି ଥିଲା ବୋଲି ଜଣେ ଯାତ୍ରୀ ସୂଚନା ଦେଇଛନ୍ତି । ଏହି ସମୟରେ ଅନେକ ଯାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିବା ଜଣାପଡିଛି । ତେବେ ଏନେଇ ବିମାନ କର୍ତୃପକ୍ଷ କି ଏୟାର ଇଣ୍ଡିଆ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।