ଦେଶର ସବୁଠାରୁ ସାନ ରୋବର୍ଟ ନିର୍ମାତା ସାରଙ୍ଗ ସୁମେଶ ! ଏବେ ବୟସ ମାତ୍ର ୮ ବର୍ଷ

281

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଏପରି କିଛି ଦେଖିବା ପାଇଁ ମିଳିଛି ସାରଙ୍ଗ ସୁମେଶଙ୍କ କ୍ଷେତ୍ରରେ । ଅତି ଅଳ୍ପ ବୟସରୁ ହିଁ ସେ ହାସଲ କରିଛନ୍ତି ଅନେକ ସଫଳତା । ତବେେ ତାଙ୍କର ଏହି ସଫଳତା ପାଇଁ କେବଳ ତାଙ୍କ ବାପା, ମା’ ନୁହେଁ ଦେଶ ମଧ୍ୟ ଗର୍ବତ । କାରଣ ଏତେ ଅଳ୍ପ ବୟସରୁ ରୋବର୍ଟ ନିର୍ମାଣ କରିବା ସମସ୍ତଙ୍କ ପାଇଁ ସମ୍ଭବପର ନୁହେଁ ।

କୋଚିରେ ରୁହନ୍ତି ସାରଙ୍ଗ । ସାରଙ୍ଗ ମାତ୍ର ୪ ବର୍ଷ ବୟସରେ କ୍ଲିନିଙ୍ଗ ବା ସଫା କରୁଥିବା ଏକ ରୋବର୍ଟ ତିଆରି କରିଥିଲେ । ଏତେ ଅଳ୍ପ ବୟସର ପିଲା ରୋବର୍ଟ ନିର୍ମାଣ କରିବା ଏକ ଅସାଧାରଣ ପ୍ରତିଭାକୁ ସୂଚାଉଛି । କାରଣ ଏହି ବୟସରେ ପିଲାମା ନେ କିଛି ଜାଣିପାରନ୍ତି ନାହିଁ । କିନ୍ତୁ ସେହିି ବୟସରେ ସାରଙ୍ଗ ଦେଖାଇଛନ୍ତି କମାଲ । ଆଉ ଏଥିପାଇଁ ବାପାଙ୍କ ଠାରୁ ମଳିଛି ସାରଙ୍ଗଙ୍କୁ ପ୍ରେରଣା । ତାଙ୍କ ବାପା ଜଣେ ଇଞ୍ଜିନିୟର । କ୍ଲିନିଂ ରୋବର୍ଟ ତିଆରି ପଛରେ ରହିଛି ଏକ ଗୁଢ଼ ରହସ୍ୟ । ଦିନେ ସାରଙ୍ଗ ଦେଖିଲେ ଘର ସଫା କରିବା ପାଇଁ ତାଙ୍କ ମା’ଙ୍କୁ ଅନେକ ପରିଶ୍ରମ କରିବା ପାଇଁ ପଡ଼ୁଛି । ସହଜରେ କିପରି କାମ କରିହେବ ସେନଇ ସାରଙ୍ଗ ଚିନ୍ତା କରିଥିଲେ । ଆଉ ସେ ତିଆରି କଲେ କ୍ଲିନିଂ ରୋବର୍ଟ । ଯଦ୍ୱାରା ତାଙ୍କ ମାଙ୍କୁ ପ୍ରତିଦିନ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ ନାହିଁ ।

ଏବେ ସାରଙ୍ଗଙ୍କୁ ମାତ୍ର ୮ ବର୍ଷ । ଅହମଦାବାଦରେ ହୋଇଥିବା ମେକର ଫେଷ୍ଟ ୨୦୧୬ରେ ତାଙ୍କ କ୍ଲିନିଂ ରୋବର୍ଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ତାଙ୍କୁ ମିଳିଥିବା ଅନେକ ପ୍ରଶଂସା । ତେବେ ତାଙ୍କ ସଫଳତାର ତାଲିକା ଗଣିିଲେ ବି ଗଣିହେବ ନାହିଁ । ବହୁତ ଲମ୍ବା ଏହି ତାଲିକା । ସେ ଚୀନର ଶେନଝେନ ସହରରେ ହୋଇଥିବା ଫୈବ ସମ୍ମେଳନ ଯୋଗ ଦେଇଥିଲେ । ଆଉ ଦୁନିଆ ସାରା ନିର୍ମାତା ମଧ୍ୟରୁ ସବୁଠାରୁ କମ୍ ବୟସର ରୋବଟ୍ ନିର୍ମାତା ଥିଲେ ସାରଙ୍ଗ ସୁମେଶ। ମିଡ଼ିଆ ରିପୋର୍ଟ ଅନୁସାରେ ଅନୁସାରେ ସେ କାଲିଫର୍ଣ୍ଣିନିଆରେ ମଧ୍ୟ ସବୁଠାରୁ କମ ବୟସର ରୋବଟ ନିର୍ମାତା ଭାବେ ଯୋଗ ଦେଇଛନ୍ତି ।

ଏବେ ତୃତୀୟ ଶ୍ରେୀରେ ପଢ଼ୁଛନ୍ତି ସାରଙ୍ଗ । ସେ ଏବେ ନିର୍ମାଣ କରିଛନ୍ତି ଏଖ ସ୍ମାର୍ଟ ବେଲ୍ଟ । ଯାହା ଦୁର୍ଘଟଣା ବିଷୟରେ ଅବଗତ କରାଇବା ସହ ପ୍ରତିକ୍ରିୟା ଦେବ । ଯଦ୍ୱାରା ଆପଣ ସଚେତନ ହୋଇପାରିବେ । ଏହି ବେଲ୍ଡ ଖାସ କରି ବୟସ୍କ ଓ ଛୋଟ ପିଲାଙ୍କ ପାଇଁ ଡିଜାଇନ କରାଯାଇଛି । । ଏହା ବ୍ୟତୀତ ସାରଙ୍ଗ ରୋବୋଟିକ ହାତ, ଡିଜିଟାଲ ଲକ୍ , ହ୍ୟାଣ୍ଡ ସ୍ପିଡ଼୍ ଗେମ୍, କ୍ଲିନିଂ ରୋବଟ୍ ଆଦି ତିଆରି କରିଛନ୍ତି ।