ଦେଶରେ ଲାଗୁ ହେଲା ବିମାନ ଅପହରଣ ଆଇନ୍ ! ଅପହରଣକାରୀଙ୍କୁ ହୋଇପାରେ ମୃତ୍ୟୁଦଣ୍ଡ

52

ଏବେ ଦିନକୁ ଦିନ ବିମାନରେ ଯାତ୍ରା ଅସୁରକ୍ଷିତ ମନେହେଉଛି । ବିମାନ ଅପହରଣ ଏକ ବଡ଼ ସମସ୍ୟା ପାଲଟିଛି । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ହାଇଜାକିଂ ଆଇନ୍ । କେନ୍ଦ୍ର ସରକାର ଅଧିସୂଚନା ଜାରି କରି ଦେଶରେ ନୂଆ ଆଣ୍ଟି-ହାଇଜାକିଂ ଆକ୍ଟ ୨୦୧୬ ଲାଗୁକରିଛନ୍ତି । ଯାହା ଦ୍ୱାରା ଅପହରଣକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ ।

ବିମାନ ଅପହରଣରେ ବିମାନ କର୍ମଚାରୀ ,ଯାତ୍ରୀ ତଥା ଗ୍ରାଉଣ୍ଡ ସପୋର୍ଟଙ୍କ ମଧ୍ୟରୁ ଯଦି କାହାର ମୃତ୍ୟୁ ହୋଇଯାଏ , ଅପହରଣ ଯୋଜନା ରଚିଥିବା ବ୍ୟକ୍ତିଙ୍କୁ ଏହି ଆଇନ ଅନୁସାରେ ଫାଶି କିମ୍ବା ଆଜୀବନ ଜେଲ ହୋଇପାରେ । ଏହି ନୂଆ ଆଇନଟି ଜୁଲାଇ ୫ରେ ଅଧିସୂଚିତ ହେଲା ପରେ ଲାଗୁ ହୋଇଛି । ଏଥିରେ ଅପହରଣ, ଅପହରଣର ପ୍ରୟାସ , ଅଥବା ଧମକ ଦେବା ଆଦି ଗତିବିଧିକୁ ଅପରାଧ ଶ୍ରେଣୀରେ ସାମିଲ୍ କରାଯାଇଛି । ଏହି ନୂଆ ଆଇନ ଅନୁସାରେ କେନ୍ଦ୍ର ସରକାର ଏହା ସହ ଜଡିତ ମାମଲାର ଯାଂଚ ଦାୟିତ୍ୱ କୈାଣସି କେନ୍ଦ୍ରୀୟ ଅଧିକାରୀ କିମ୍ବା ଏନଆଇଏ ଦ୍ୱାରା କରାଇପାରିବେ ।
(ସୈାଜନ୍ୟ –ଲାଇଭ ହିନ୍ଦୁସ୍ତାନ )