ବଳାତ୍କାରୀଙ୍କୁ ଫାଶୀ : ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତ ପାଇବେ ଫାଶୀ

56

କନକ ବ୍ୟୁରୋ : ବହୁଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଦିଆଯିବ ଫାଶୀ । ପୂର୍ବ ରାୟକୁ କାଏମ ରଖିବା ସହ ଅଭିଯୁକ୍ତ ବିନୟ ଶର୍ମା, ପୱନ ଗୁପ୍ତା ଓ ମୁକେଶ ସିଂହଙ୍କ ପୁନଃ ଆବେଦନକୁ ଖାରଜ କରିଦେଇଛନ୍ତି ଖଣ୍ଡପୀଠ । ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଆର୍ ଭାନୁମତି, ଓ ଆଶୋକ ଭୂଷଣଙ୍କ ବେଂଚ୍ ୩ ଜଣ ଅଭିଯୁକ୍ତଙ୍କ ପକ୍ଷରୁ ହୋଇଥିବା ଆବେଦନର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ତେବେ ମାମଲାର ଚତୁର୍ଥ ଅଭିଯୁକ୍ତ ଏଯାଏଁ ରିଭ୍ୟୁ ପିଟିସନ୍ କରି ନଥିଲେ । ସମସ୍ତ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀଦଣ୍ଡ ଦେଇଥିବା ବେଳେ ୨୦୧୭ ମେ ୫ ତାରିଖରେ ସୁପ୍ରିମକୋର୍ଟ ଏହି ରାୟକୁ କାଏମ ରଖିଥିଲେ । ୨୦୧୨ ଡିସେମ୍ବର ୧୬ରେ ୨୩ ବର୍ଷୀୟ ପାରା ମେଡିକାଲ୍ ଛାତ୍ରୀଙ୍କୁ ବସ୍ ଭିତରେ ୬ ଜଣ ଦୁଷ୍କର୍ମ କରିଥିଲେ । ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା ।

ଡିସେମ୍ବର ୧୬ ୨୦୧୨ରେ ଦିଲ୍ଲୀରେ ହୋଇଥିଲା ନିର୍ଭୟା କାଣ୍ଡ । ବସରେ ପୀଡିତାଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଏହି ସମୟରେ ପୀଡିତାଙ୍କ ପୁରୁଷ ବନ୍ଧୁ ଥିଲେ । ଚଳନ୍ତା ବସରେ ୬ ଜଣ ଏହି ଗଣଦୁଷ୍କର୍ମ କରିଥିଲେ । ଗାଡି ଚଳାଉଥିଲେ ରାମ ସିଂହ । ଏପରିକି ନିର୍ଭୟାଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଉଦ୍ଧାର କରିଥିଲେ । ନିର୍ଭୟାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ପୀଡିତାଙ୍କୁ ସିଙ୍ଗାପୁର ନିଆଯାଇଥିବାବେଳେ ସେଠାରେ ସେ ପ୍ରାଣ ହରାଇଥିଲେ । ସିସିଟିଭି ଓ ପାରିପାଶ୍ୱର୍ିକ ସ୍ଥିତି ଆଧାରରେ ବସ ଜବତ ହୋଇଥିଲା । ନିର୍ଭୟାଙ୍କଠାରୁ ଲୁଟ ହୋଇଥବା ମୋବାଇଲ ଫୋନର ଲୋକେଶନ ଆଧାରରେ ଅପରାଧୀଙ୍କ ପତା ମିଳିଥିଲା । ରାମ ସିଂ ଓ ମୁକେଶକୁ ରାଜସ୍ଥାନରୁ ଧରାଯାଇଥିଲା । ବିନୟ ଓ ପବନ ଦିଲ୍ଲୀରୁ ଗିରଫ ହୋଇଥିଲେ । ନାବାଳକ ଅଭିଯୁକ୍ତକୁ ଦିଲ୍ଲୀ ଆନନ୍ଦ ବିହାର ଆଡ୍ଡାରୁ ଗିରଫ କରାଯାଇଥିଲା । ଆଉ ଜଣେ ଅଭିଯୁକ୍ତ ଅକ୍ଷୟର ଗିରଫଦାରୀ ବିହାରରୁ ହୋଇଥିଲା । ନିର୍ଭୟାକାଣ୍ଡକୁ ନେଇ ଦେଶବ୍ୟ।।ପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଗୁରୁତର ପୀଡିତା ପରେ ପ୍ରାଣ ହରାଇଥିଲେ । ହାଇକୋର୍ଟ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ପରେ ସୁପ୍ରିମକୋର୍ଟ ଏହି ଫାଶୀଦଣ୍ଡାଦେଶକୁ କାଏମ ରଖିଥିଲେ । ଏହା ବିରୋଧରେ ଦୋଷୀ ପବନ, ବିନୟ ଓ ମୁକେଶ ପୁନଃବିଚାର ଆବେଦନ କରିଥିଲେ ।