ଭାରତୀୟ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରକୁ ମିଳିଲା ଓସ୍କାର ଆୱାର୍ଡ ! ‘ପିରିଅଡ୍ ଏଣ୍ଡ୍ ଅଫ୍ ସେଣ୍ଟେନସ’ ଚଳଚ୍ଚିତ୍ରକୁ ମିଳିଲା ଓସ୍କାର

258

ଆମେରିକାର କାଲିଫର୍ଣ୍ଣିଆର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଛି ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ଆଓ୍ଵାର୍ଡ ଓସ୍କାର ଆଓ୍ଵାର୍ଡ ସମାରୋହ । ଏଥିରେ ଭାରତରୁ ପ୍ରସ୍ତୁତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପିରିଅଡ୍ ଏଣ୍ଡ୍ ଅଫ୍ ସେଣ୍ଟେନସ’ କୁ ଶ୍ରେଷ୍ଟ ଡକ୍ୟୁମେଣ୍ଟାରି ସର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କୃତ କରାଯାଇଛି । ଅପରପକ୍ଷରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ‘ରୋମା’କୁ ଓସ୍କାର ଆଓ୍ଵାର୍ଡ ମିଳିଛି । ଓସ୍କାରର ୧୦ ଟି ଶ୍ରେଣୀରେ ନାମାଙ୍କିତ ହୋଇଥିବା ଏହି ଫିଲ୍ମ ‘ରୋମା’ ଶ୍ରେଷ୍ଠ ସିନେମାଟୋଗ୍ରାଫି ଶ୍ରେଣୀ ପାଇଁ ବି ପୁରସ୍କୃତ ହୋଇଛି ।

୯୧ତମ ଓସ୍କାର ଉତ୍ସବରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ରେଜିନା କିଙ୍ଗ୍ (ଫିଲ୍ମ:ଇଫ୍ ବିଲ୍ ଷ୍ଟ୍ରିଟ୍ କୁଡ ଟକ୍),ଶ୍ରେଷ୍ଠ ସହ ଅଭିନେତା ଭାବେ ମାହର୍ଶାଲା ଅଲୀ, ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ ସ୍ପାଇଡର ମ୍ୟାନ୍,ଇନଟୁ ଦ ସ୍ପାଇଡର୍ ବର୍ସ, ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ ବାଓ, ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ ଫାର୍ଷ୍ଟ ମ୍ୟାନ୍ ଏବଂ କଷ୍ଟ୍ୟୁମ୍ ଡିଜାଇନ ଶ୍ରେଣୀରେ ରୁଥ୍ କାର୍ଟରକୁ ପୁରସ୍କୃତ କରାଯାଇଛି । ଏଥର ଓସ୍କାର ଆଓ୍ଵାର୍ଡ ଉତ୍ସବରେ କିନ୍ତୁ କେହି ହୋଷ୍ଟ ନ ଥିଲେ ।