ବିଶ୍ୱ ସୁନ୍ଦରୀର ତାଜ ପିନ୍ଧିଲେ ମାନୁସୀ ! ୧୭ ବର୍ଷ ପରେ ଭାରତ ଫେରିଲା ବିଶ୍ୱ ସୁନ୍ଦରୀ ମୁକୁଟ

63

ଭାରତୀୟ ଯୁବତୀଙ୍କ ମୁଣ୍ଡରେ ବିଶ୍ୱ ସୁନ୍ଦରୀ ମୁକୁଟ । ୨୦୧୭ ମସିହାର ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଛନ୍ତି ଦିଲ୍ଲୀ ଝିଅ ମାନୁସି ଚିଲର। ଶନିବାର ଆୟୋଜିତ ହୋଇଥିବା ମିସ୍ ଓ୍ଵାର୍ଲଡ ଗ୍ରାଣ୍ଡ୍ ଫାଇନାଲର ମାନୁସିଙ୍କ ବ୍ୟତୀତ ଅନ୍ୟ ୪ ଜଣ ମଧ୍ୟ ଦୌଡ଼ରେ ସାମିଲ୍ ଥିଲେ। ମାନୁସି ବାକି ସମସ୍ତଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ମୁକୁଟ ବାଜିମାତ୍ କରି ଦୀର୍ଘ ୧୭ ବର୍ଷ ପରେ ପୁଣି ଥରେ ଭାରତର ଟେକ ରଖିଛନ୍ତି। ଏହି ବିଶ୍ୱ ସୁନ୍ଦରୀ ଦୌଡ଼ରେ ବିଭିନ୍ନ ଦେଶରୁ ସମୁଦାୟ ୧୦୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଠାରେ ଜଣାଇ ଦେଉଛୁକୁ ମାନୁସି ଏହା ପୂର୍ବରୁ ଫେମିନା ମିସ୍ ଇଣ୍ଡିଆ-୨୦୧୭ ମୁକୁଟ ଜିତିଥିଲେ। ୨୦ ବର୍ଷିୟା ମାନୁସୀ ଜଣେ ମେଡିକାଲ ଛାତ୍ରୀ ।

ଉଲ୍ଳେଖଯୋଗ୍ୟ, ୨୦୦୦ ମସିହାରେ ଭାରତରୁ ପ୍ରିୟଙ୍କା ଚୋପ୍ରା ଶେଷ ଥର ପାଇଁ ଏହି ମୁକୁଟ ହାସଲ କରିଥିଲେ। ୧୯୯୬ ମସିହାରେ ଏହି ମୁକୁଟର ବିଜୟିନୀ ହୋଇଥିଲେ ନୀଳନୟନା ଐଶ୍ୱର୍ୟ୍ୟା ରାୟ।