ଭାରତରେ ନିର୍ମାଣ ହେବ ବିଶ୍ୱର ସବୁଠୁ ବଡ ଏକ୍ସପ୍ରେସ ୱେ ! ଦିଲ୍ଲୀକୁ ସିଧାସଳଖ ପ୍ରୟାଗରାଜ ସହ ଯୋଡିବ ଗଙ୍ଗା ଏକ୍ସପ୍ରେସ ୱେ

174

ଉତ୍ତର ପ୍ରଦେଶରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଲମ୍ବା ଏକ୍ସପ୍ରେସ ୱେ । ଏନେଇ ଉତ୍ତର ପ୍ରଦେଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଏହି ଏକ୍ସପ୍ରେସ ୱେ ମେରଟରୁ ପ୍ରୟାଗରାଜକୁ ଯୋଡିବ । ଏବେ ମେରୁଟରୁ ପ୍ରୟାଗରାଜରେ ପହଞ୍ଚିବା ପାଇଁ ସଡକପଥରେ ୭୩୦ କିଲୋମିଟର ଲମ୍ବା ଯାତ୍ରା କରିବାକୁ ପଡୁଥିଲା । ଏହି ଏକ୍ସପ୍ରେସ ୱେ ହେବା ଦ୍ୱାରା ଦିଲ୍ଲୀରୁ ସିଧା ପ୍ରୟାଗରାଜକୁ ଯାତାୟତ କରିବା ସମ୍ଭବ ହୋଇପାରିବ । ସୂଚନା ଅନୁଯାୟୀ, ଦିଲ୍ଲୀ-ମେରଟ ଏକ୍ସପ୍ରେସ ୱେର ନିର୍ମାଣ କାମ ଆରମ୍ଭ ହୋଇସାରିଛି ।

ଆଜି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନø ବଦଳରେ ପ୍ରଥମ ଥର ପାଇଁ ପ୍ରୟାଗରାଜରେ କ୍ୟାବିନେଟ ବୈଠକ ଯୋଗୀ ସରକାର । ଏହି ବୈଠକ ପରେ ଏକ୍ସପ୍ରେସ ୱେ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ । ଏହାର ନାଁ ଗଙ୍ଗା ଏକ୍ସପ୍ରେସ ୱେ ଦିଆଯିବ । ଯାହାର ଲମ୍ବା ୬୦୦ କିଲୋମିଟର ରହିବ ।

ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା ଅନୁଯାୟୀ, ଏହି ଏକ୍ସପ୍ରେସ ୱେ ୬ ଲେନ୍ ବିଶିଷ୍ଟ ହେବ । ଏହାର ନିର୍ମାଣ ପାଇଁ ପାଖାପାଖି ୩୬ ହଜାର ଟଙ୍କା ଖର୍ଚ୍ଚ କରିବେ ସରକାର । ଏହାଦ୍ୱାରା ପଶ୍ଚିମ ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ବେଶ ସହଜରେ ଯାତାୟତ କରିହେବ । ଏବେ ଭାରତର ସବୁଠୁ ଲମ୍ବା ଏକ୍ସପ୍ରେସ ୱେ ଉତ୍ତର ପ୍ରଦେଶରେ ରହିଛି । ଆଗ୍ରାରୁ ଲକ୍ଷେ୍ନø ମଧ୍ୟରେ ଥିବା ଏହି ଏକ୍ସପ୍ରେସ ୱେର ଲମ୍ବ ୩୦୨ କିଲୋମିଟର ରହିଛି ।