ଭାରତରେ ଅଛି ଦୁନିଆର ସବୁଠାରୁ ବଡ ପଙ୍ଖା : ୬ ପାତିଆ ବିଶିଷ୍ଟ ଏହି ଅଦ୍ଭୁତ ପଙ୍ଖା ହଜାର ହଜାର ଲୋକଙ୍କୁ ରଖେ ଥଣ୍ଡା

49

ରାଜସ୍ଥାନର ରାଜଧାନୀ ପିଙ୍କ ସିଟି ଅର୍ଥାତ୍ ଜୟପୁର ନିଜ ଆଶ୍ଚର୍ଯ୍ୟଜନକ ଏବଂ ଅସାଧାରଣ ନିର୍ମାଣ ଶୈଳୀ ପାଇଁ ବହୁତ ଆଗରୁ ଦେଶ ଏବଂ ଦୁନିଆର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ହଜାର ବର୍ଷ ପୂର୍ବରୁ ନିର୍ମାଣାଧୀନ ଗଡ ଆଜି ବି ନିଜର ଗୈାରବଶାଳୀ ଅତୀତକୁ ସଜାଇ ରଖିଛି । ଦେଶ ଓ ଦୁନିଆର ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଟ୍ରେନରେ ଜୟପୁରକୁ ଆସନ୍ତି । ଯେବେ ଜୟପୁର ନିଜର ଅନନ୍ୟ ନିର୍ମାଣ ଶୈଳୀ ପାଇଁ ପ୍ରସିଦ୍ଧ, ତେବେ ରେଲୱେ ଷ୍ଟେସନ ବି ନିର୍ମାଣ କାର୍ଯ୍ୟ ପାଇଁ ଅଭିନବ ଥିବ ।

ଜୟପୁର ଜଙ୍କସନ କେବଳ ସୁବିଧା ଏବଂ ବଡ ଷ୍ଟେସନ ହୋଇଥିବାରୁ ହିଁ ନୁହେଁ ବରଂ ନିଜର ଅଦ୍ଭୁତ ସୁବିଧା ପାଇଁ ବି ସମସ୍ତଙ୍କୁ ଚକିତ କରିଦିଏ । ଷ୍ଟେସନ୍ ର ୱେଟିଙ୍ଗ ରୁମ୍ କୈାଣସି ରାଜ ପ୍ରାସାଦ ଠାରୁ କମ୍ ନୁହେଁ । ଏତେ ବଡ ହଲ୍ ରେ ଲୋକଙ୍କୁ ଗରମରୁ ଆଶ୍ୱସ୍ଥି ଦେବା ପାଇଁ ବଡ ଫ୍ୟାନ ବି ଜରୁରୀ ଥିଲା । ୬ଟି ପାତିଆ ଯୁକ୍ତ ଏହି ଫ୍ୟାନ୍ ର ବ୍ୟାସ ୨୪ ଫୁଟ୍ । ଏହା ଭିନ୍ନ ଭିନ୍ନ ସ୍ପିଡରେ ଘୂରେ । ଏହି ଗୋଟାଏ ପଙ୍ଖା ହଲ୍ ର ସମସ୍ତ କୋଣକୁ ପବନ ପହଂଚାଏ । ଏହି ଅଜୁବା ପଙ୍ଖା ବିଜୁଳି ଦ୍ୱାରା କାମ କରେ । ମଜା କଥା ଏହା ଯେ, ୱେଟିଙ୍ଗ ହଲ୍ ରେ ବସିଥିବା ହଜାର ହଜାର ଯାତ୍ରୀଙ୍କୁ ଏହି ଗୋଟିଏ ପଙ୍ଖାରୁ ପବନ ମିଳେ । ଏହା ଶବ୍ଦ ବି ସୃଷ୍ଟି କରେନି ।