ଜି-ସାଟ୍-୧୧ ସଫଳ ଉତକ୍ଷେପଣ: ଉପାନ୍ତ ଅଂଚଳରେ ମିଳିବ ଇଂଟରନେଟ ସେବା ,ସେକେଣ୍ଡ ପ୍ରତି ଡାଟା ଟ୍ରାନ୍ସଫର ହେବ ୧୪ଗିଗା ବାଇଟ୍

ଦକ୍ଷିଣ ଆମେରିକାର ଫ୍ରେଂଚ ଗୟାନାରୁ ପଠାଗଲା ମହାକାଶ

181

କନକ ବ୍ୟୁରୋ: ଭାରତ ସବୁଠାରୁ ଭାରି ଉପଗ୍ରହ ଜି-ସାଟ-୧୧କୁ ଉତକ୍ଷେପଣ କରିଛି । ଆଜି ଦକ୍ଷିଣ ଆମେରିକା ସ୍ଥିତ ଫ୍ରେଂଚ ଗୟାନାର ୟୁରୋପିଆନ ସ୍ପେଶ ଏଜେନ୍ସୀର ରକେଟ ଜରିଆରେ ମହାକାଶକୁ ପଠାଯାଇଛି । ଏହି କୃତ୍ରିମ ଉପଗ୍ରହ ଏବେ ଭାରତର ଇଂଟରନେଟ ସେବାରେ ଗେମଚେଂଜର ପାଲଟିବ । ଯାହା ଭାରତର ଟେଲିକମ୍ୟୁନିକେସନ ପାଇଁ ବରଦାନ ସାବ୍ୟସ୍ତ ହେବା ସହ ଉପାନ୍ତ ଓ ଦୁର୍ଗମ ଅଂଚଳରେ ଇଂଟରନେଟ ସେବା ସହଜରେ ପହଂଚାଇ ପାରିବ ।

ଏହାଛଡା ଇଂଟରନେଟର ସ୍ପିଡ ମଧ୍ୟ ବଢିବ ବୋଲି କୁହାଯାଉଛି । ଏହା ପ୍ରତି ସେକେଣ୍ଡରେ ୧୪ ଗିଗାବାଇଟ୍ ଡାଟା ଟ୍ରାନ୍ସଫର କ୍ଷମତା ରହିଛି । ଇସ୍ରୋର ସୂଚନା ମୁତାବକ ଜି-ସାଟ-୧୧ର ଓଜନ ୫ ହଜାର ୮୦୦ କିଲୋଗ୍ରାମ । ଏହା ଦେଶରେ ବ୍ରଡବ୍ରାଣ୍ଡ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଭୂପୃଷ୍ଠରୁ ୩୬ ହଜାର କିଲୋମିଟର ଦୂରତା କକ୍ଷ ପଥରେ ଜି-ସାଟ-୧୧କୁ ଅବସ୍ଥାପିତ କରାଯିବାର ସୂଚନା ରହିଛି