ଚେନ୍ନାଇରେ ଆରମ୍ଭ ହେଲା ଦେଶର ପ୍ରଥମ ‘ରୋବୋଟ୍ ରେସ୍ତୋରାଁ’ : କେବଳ ୱେଟର ନୁହଁ, ରିସେପସନିଷ୍ଟ ମଧ୍ୟ ରୋବୋଟ୍

161

ଟେକନୋଲୋଜି ପାଇଁ ପ୍ରସିଦ୍ଧ ସହର ଚେନ୍ନାଇରେ ଦେଶର ପ୍ରଥମ ରୋବୋଟ୍ ରେସ୍ତୋରାଁ ଖୋଲିଛି ଏବଂ ଏହାର ସଫଳତା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଚେନ୍ନାଇରୁ ଆରମ୍ଭ ହୋଇଥିବା ଏହା ଧିରେ ଧିରେ ବ୍ୟାପକ ହେଉଛି । ପ୍ରଥମେ ଏହାର ଏକ ବ୍ରାଂଚ କୋୟଂବଟୁରରେ ଓ ଏବେ ଦ୍ୱିତୀୟଟି ମୁଗଲିୱକ୍କମ ପରୋରରେ ଖୋଲାଯାଇଛି । ଏହି ‘ରୋବୋଟ୍ ରେସ୍ତୋରାଁ’ର ବିଶେଷତ୍ୱ ଏହା ଯେ, ଏଠି ଆପଣଙ୍କୁ ଖାଦ୍ୟ ପରଷିବା ପାଇଁ ମଣିଷ ନୁହେଁ ବରଂ ରୋବୋଟ୍ ମିଳିବେ । କେବଳ ଏତିକି ନୁହେଁ, ରେସ୍ତୋରାଁରେ ରିସେପ୍ସନିଷ୍ଟ ମଧ୍ୟ ରୋବୋଟକୁ ହିଁ ରଖାଯାଇଛି, ଯାହା ତାମିଲ ଓ ଇଂରାଜୀରେ କଥା ହୁଏ ।

ମୁଗଲିୱକ୍କମ ପରୋରର ଏହି ରୋସ୍ତୋରାଁରେ ମୋଟ୍ ୭ଜଣ ୱେଟର ରୋବୋଟ୍ ଓ ଜଣେ ରିସେପସନିଷ୍ଟ ରୋବୋଟ୍ ଅଛନ୍ତି । ଏହି ରୋବୋଟ୍ ଗୁଡିକର ନାମ ଏପର୍ଯ୍ୟନ୍ତ କିଛି ରଖାଯାଇନି । ଏମାନଙ୍କ ନାମ ଗ୍ରାହକଙ୍କ ପରାମର୍ଶ ନେଇ ରଖାଯିବ । ପରୋରର ଏହି ରେସ୍ତୋରାଁର ଥିମ୍ ଗୋଲ୍ଫ ଏବଂ ବ୍ଲାକ୍ ।

ରେସ୍ତୋରାଁର ଟେବୁଲରେ ଗ୍ରାହକଙ୍କ ପାଇଁ ଏକ ଟ୍ୟାବ ରଖାଯାଇଛି । ଏହି ଟ୍ୟାବ ଜରିଆରେ ଗ୍ରାହକ ନିଜ ପସନ୍ଦର ଖାଦ୍ୟ ଚୟନ କରିବେ, ଯଦ୍ୱାରା ଅର୍ଡର ସିଧାସଳଖ କିଚେନକୁ ଯିବ । ଏଠାରୁ ରୋବୋଟ୍ ଅର୍ଡର ନେବେ ଓ ଗ୍ରାହକଙ୍କ ସଠିକ୍ ଟେବୁଲ ପର୍ଯ୍ୟନ୍ତ ପହଂଚାଇବେ ।