ଭାରତରେ ପ୍ରଥମକରି ଖୋଲିଲା ଡଗ୍ ହୋଟେଲ୍ ! କୁକୁରମାନେ ନେବେ ସୁଇମିଂ ପୁଲ୍ , ମସାଜ ଓ ବିଅରର ମଜା

19

କୁକୁର ପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ଭାରତରେ ପ୍ରଥମଥର ପାଇଁ ଏକ ହୋଟେଲ ଖୋଲା ଯାଇଛି । ଗୁରୁଗ୍ରାମରେ ଖୋଲା ଯାଇଥିବା ଏହି ହୋଟେଲର ନାମ ହେଉଛି ‘କ୍ରିଟେରାଟି’ । ଏହି ହୋଟେଲରେ ଲଗଜରୀ ରୁମର ସୁବିଧା ରହିଛି, ଯେଉଁଥିରେ ଆପଣଙ୍କ ଆଦରର କୁକୁର ପାଇଁ ରହିଛି ଭେଲଭେଟ ବେଡସିଟ ଥିବା ବଡ ବିଛଣା, ଟିଭି ଏବଂ ଏକ ବ୍ୟକ୍ତିଗତ ବାଲକୋନି । ଏହି ହୋଟେଲରେ ଗୋଟେ ରାତି ବିତାଇବା ପାଇଁ ହାରାହାରି ସାଢେ ଚାରି ହଜାର ଟଙ୍କା ଭଡା ରଖାଯାଇଛି ।

ହୋଟେଲ ଛାତରେ କୁକୁରଙ୍କ ପାଇଁ ସୁଇମିଂ ପୁଲ ନିର୍ମାଣ କରାଯାଇଛି । କେବଳ ଏତିକି ନୁହେଁ ଆୟୁର୍ବେଦ ତେଲରେ କୁକୁରଙ୍କୁ ମସାଜ ସହ ସ୍ପା ମଧ୍ୟ ଦିଆଯାଉଛି । ଏହି ହୋଟେଲ ମଧ୍ୟରେ ୨୪ଘଂଟା ଜଣେ ପଶୁ ଡାକ୍ତର ରହୁଛନ୍ତି । ଏଠାରେ ଏକ ଅପରେସନ ଥିଏଟର ମଧ୍ୟ ନିର୍ମିତ ହୋଇଛି, ସେଠାରେ ଏକ ମେଡିକାଲ ୟୁନିଟ ଉପସ୍ଥିତ ରହୁଛନ୍ତି ।  କୁକୁର ପ୍ରେମୀଙ୍କ ପାଇଁ ଏହି ହୋଟେଲ ଖୋଲିବା କାରଣ ହେଉଛି ସେମାନେ ନିଜର କୁକୁରଙ୍କୁ ମଧ୍ୟ ବିଳାସପୂର୍ଣ୍ଣ ସୁବିଧା ଯୋଗାଇପାରିବେ ବୋଲି ହୋଟେଲର ମୁଖ୍ୟ ଅଧିକାରୀ ଦୀପକ ଚାୱଲା କହିଛନ୍ତି ।

ଏହି ହୋଟେଲରେ ସମସ୍ତ ବସ୍ତୁ ଭିନ୍ନ ରହିଛି । ଦିନ ଆରମ୍ଭ ସକାଳ ୭ଟାରୁ ପାର୍ଟି ବ୍ରେକ ହୋଇଥାଏ, ଏହାପରେ ପ୍ରାତଭୋଜନ କରାଯାଇଥାଏ । ଏବଂ ଏହାପରେ ପୁଣି ପାର୍ଟି ବ୍ରେକ କରାଯାଇଥାଏ ଏବଂ ଦୁଇ ଘଂଟା ପର୍ଯ୍ୟନ୍ତ ଖେଳ ସେଶନ, ତାପରେ ସୁଇମିଂ ସେସନ ହୋଇଥାଏ ।

( ସୌଜନ୍ୟ –ଏନଡିଟିଭି)