ଦେଶରେ ପ୍ରଥମ ଥର ଜୈବ ଇନ୍ଧନରେ ଯାତ୍ରା କରିବ ଏହି ଯାତ୍ରୀ ବିମାନ : ଏହାର ବ୍ୟବହାରରେ ୮୦% ପର୍ଯ୍ୟନ୍ତ କମିବ କାର୍ବନ ନିଃସରଣ

37

ଦେଶରେ ପ୍ରଥମ ଥର କୈାଣସି ଯାତ୍ରୀ ବିମାନ ଜୈବ ଇନ୍ଧନରେ ଉଡିବ । ଭାରତୀୟ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ବାମକବାର୍ଡିୟର କ୍ୟୁ-୪୦୦ ବିମାନ ଦେହେରାଦୁନ ବିମାନ ବନ୍ଦରରୁ ଉଡିବ । ଏଠି ୧୦ ମିନିଟ୍ ପରୀକ୍ଷଣ ପରେ ଏହାକୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରକୁ ପଠାଯିବ । ଏହି ପ୍ରୟୋଗ ସହିତ ଭାରତ ଆମେରିକା, ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ଭଳି ଦେଶ ଗୁଡିକର କ୍ଲବରେ ସାମିଲ ହୋଇଯିବ ।

ଏହି ଟେକନିକ୍ ଭାରତୀୟ ପେଟ୍ରୋଲିୟମ ସଂସ୍ଥା ଦେହେରାଦୁନରେ ପ୍ରସ୍ତୁତ ହୋଇଛି । ଜୈବ ଇନ୍ଧନରେ ଉଡାଣର ପରୀକ୍ଷଣ ସମୟରେ କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଉପସ୍ଥିତ ରହିବେ ।

ଜୈବ ଇନ୍ଧନ ଉର୍ଜ୍ଜାର ବିକଳ୍ପ ସ୍ରୋତ । ଏହାର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷଣ କମ୍ କରିବାରେ ସାହଯ୍ୟ ମିଳିପାରିବ । ବିଶେଷଜ୍ଞଙ୍କ ମୁତାବକ, ଏହାର ବ୍ୟବହାର ଦ୍ୱାରା ଉଡିବା ସମୟରେ କାର୍ବନର ନିଃସରଣ ୮୦% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ । ଜୈବ ଇନ୍ଧନର ବ୍ୟବହାର ଦ୍ୱାରା ତିନି ଦେଶର ଯାତ୍ରୀ ବିମାନ ଯାତ୍ରା କରିସାରିଛନ୍ତି ।