ମେକ୍ ଇନ୍ ଇଣ୍ଡିଆର ଉପହାର : ଟ୍ରାକରେ ଗଡ଼ିବ ଦେଶର ପ୍ରଥମ ଦ୍ରୁତଗାମୀ ଅତ୍ୟାଧୁନିକ T-18 ଟ୍ରେନ୍ । ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ଟ୍ରାଏଲ ପାଇଁ ପହଂଚିଲା ଦେଶର ପ୍ରଥମ ଦ୍ରୁତଗାମୀ ଅତ୍ୟାଧୁନିକ T-18 ଟ୍ରେନ୍

135

ଉତ୍ତର ପ୍ରଦେଶର ମୁରାଦାବାଦ ଲୋକଙ୍କୁ ମେକ୍ ଇନ୍ ଇଣ୍ଡିଆର ଉପହାର ମିଳିବାକୁ ଯାଉଛି । ଦେଶର ସବୁଠାରୁ ଦ୍ରୁତଗାମୀ ଅତ୍ୟାଧୁନିକ T-18 ଟ୍ରେନ୍ ଟ୍ରାଏଲ ପାଇଁ ଆଜି ମୁରାଦାବାଦ ପହଂଚିଯାଇଛି । ରବିବାର ସକାଳେ ଏହି ଟ୍ରେନକୁ ପ୍ରଥମ ଟ୍ରାଏଲ ପାଇଁ ପଠାଯିବ । ସେଥିପାଇଁ ଆରଡିଏସଓର ଟିମ୍ ମୁରାଦାବାଦ ପହଂଚିଯାଇଛି । ବୈଷୟିକ ପରୀକ୍ଷଣ ପରେ ଟ୍ରେନକୁ ଟ୍ରାକକୁ ଅଣାଯିବ ।

ଡିଆରଏମଙ୍କ କହିବାନୁସାରେ, ଟ୍ରାଏଲ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଏହି ଟ୍ରେନକୁ ଚେନ୍ନାଇର ଇଣ୍ଟିଗ୍ରଲ କୋଚ ଫ୍ୟାକ୍ଟ୍ରିଟିରେ ନିର୍ମାଣ କରାଯାଇଛି । ଟ୍ରେନ୍ କୁ ପ୍ରଥମେ ୩୦ କିମି ପ୍ରତି ଘଣ୍ଟା, ୬୦, ୯୦ ଓ ପୁଣି ୧୩୦ କିମି ପ୍ରତି ଘଣ୍ଟା ବେଗରେ ଟ୍ରାଏଲ ନିଆଯିବ । ଏଥିରେ ଯାତ୍ରୀଙ୍କ ସୁବିଧା ପାଇଁ ୱାଇ-ଫାଇ, ମନୋରଂଜନର ସାମଗ୍ରୀ ସହିତ ଏହାର ସିଟ୍ ୩୬୦ ଡିଗ୍ରୀରେ ବୁଲିବ । କବାଟ ଅଟୋମେଟିକ୍ ରହିବ, ଯାହା ଟ୍ରେନ୍ ଚାଲିଲେ ଓ ରହିଲେ ବନ୍ଦ ହେବ ଓ ଖୋଲିବ । ଟ୍ରେନ୍ ବାହାରେ ଓ ଭିତରେ ସିସିଟିଭି ବି ଲାଗିଛି । ଯାତ୍ରୀଙ୍କ ଜାଗାରେ ବାଲି ଭତ୍ତି ବସ୍ତା ରଖି ଟ୍ରାଏଲ ହେବ । ଏହି ରୁଟ୍ ରେ ନିରୀକ୍ଷଣ କରାଯିବ କି T-18 ଟ୍ରେନ୍ ଦ୍ରୁତ ଗତିରେ କେମିତି ପ୍ରତିକ୍ରିୟା ପ୍ରକାଶ କରୁଛି ।

ସୂଚନାଯୋଗ୍ୟ, ଏହି ଟ୍ରେନ୍ ଶତାବ୍ଦୀ ଟ୍ରେନ୍ ସ୍ଥାନରେ ଚାଲିବ । T-18 ଟ୍ରେନ୍ ୧୬ଟି ବଗି ଯୁକ୍ତ ଓ ପ୍ରତ୍ୟେକ ୪ଟି ବଗି ଏକ ସେଟରେ ଅଛି । ଏହି ଟ୍ରେନ୍ ଦୁଇଟି ଇଂଜିନ୍ ଏବଂ ମେଟ୍ରୋ ଭଳି ଛୋଟ ଭାଗରେ ଅଛି ।