ଭାରତରେ ବିଷାକ୍ତ ଗ୍ୟାସ ଯୋଗୁଁ ବର୍ଷକୁ ୧ ଲକ୍ଷ ପିଲାଙ୍କ ହୋଇଥାଏ ମୃତ୍ୟୁ : WHO ରିପୋର୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଖୁଲାସା, ବାୟୁ ପ୍ରଦୂଷଣ କାରଣରୁ ୬ ଲକ୍ଷ ପିଲାଙ୍କ ମୃତ୍ୟୁ

87

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO)ର ଏକ ରିପୋର୍ଟରେ ଖୁଲାସା କରାଯାଇଛି କି, ବର୍ଷ ୨୦୧୬ରେ ଘରୋଇ ଓ ସାଧାରଣ ବାୟୁ ପ୍ରଦୂଷଣ କାରଣରୁ ୧୫ ବର୍ଷରୁ କମ୍ ବୟସର ପାଖାପାଖି ୬ ଲକ୍ଷ ପିଲାଙ୍କ ମୃତ୍ୟୁ ହୋଇଥାଏ । ରିପୋର୍ଟ ମୁତାବକ, ଏଥିରେ ପାଖାପାଖି ୧,୧୦,୦୦ ପିଲାଙ୍କ ମୃତ୍ୟୁ କେବଳ ଭାରତରେ ହିଁ ହୋଇଛି ।

WHO ଜାରି କରିଥିବା ରିପୋର୍ଟ ମୁତାବକ, ‘ବାୟୁ ପ୍ରଦୂଷଣ ଏବଂ ବାଳ ସ୍ୱାସ୍ଥ୍ୟ : ବିଶୁଦ୍ଧ ବାୟୁର ପ୍ରଣାଳୀ’ରେ କହିଲେ କି ଭାରତ ସମେତ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶରେ ୫ବର୍ଷରୁ କମ୍ ବୟସର ୯୮ ପ୍ରତିଶତ ପିଲା ୨୦୧୬ରେ ଅତିସୂକ୍ଷ୍ମ କଣିକାରୁ ସୃଷ୍ଟ ବାୟୁ ପ୍ରଦୂଷଣର ଶିକାର ହୋଇଥିଲେ । ଏହି ରିପୋର୍ଟରୁ ଜଣାପଡିଛି କି, ରୋଷେଇ କରିବା ଦ୍ୱାରା ଘର ଭିତରେ ହେଉଥିବା ବାୟୁ ପ୍ରଦୂଷଣ ଏବଂ ଘର ବାହାରେ ହେଉଥିବା ବାୟୁ ପ୍ରଦୂଷଣ ଦ୍ୱାରା ସାରା ଦୁନିଆରେ ଭାରତ ଭଳି ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶରେ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ କ୍ଷତି ପହଂଚିଛି ।

ଆହୁରି ବି ରିପୋର୍ଟରେ କୁହାଯାଇଛି କି, ସାରା ବିଶ୍ୱରେ ୧୮ ବର୍ଷରୁ କମ୍ ବୟସର ୯୮ପ୍ରତିଶତ ପିଲା ଡବ୍ଲୁଏଚଓ ବାୟୁ ଗୁଣବତ୍ତା ଦିଶା ନିର୍ଦ୍ଦେଶର ସାମାନ୍ୟ ସ୍ତରରୁ ଉପର ସ୍ତରରେ ଘର ବାହାରେ ପିଏମ୍-୨.୫ ସହିତ ସଂଘର୍ଷ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୫ ବର୍ଷ ବୟସର ୬୩ କୋଟି ଶିଶୁ ଓ ୧୫ ବର୍ଷ ରୁ କମ୍ ବୟସର ୧.୮ ଅରବ ପିଲା ଅଛନ୍ତି । ଏମଧ୍ୟରେ ଗ୍ରୀନପିସ୍ ର ଏକ ରିପୋର୍ଟରେ ଭାରତର ପ୍ରଦୂଷଣ ସ୍ତରର ଭୟାବହ ନଜିର ସାମନାକୁ ଆସିଛି । ରିପୋର୍ଟ ମୁତାବକ, ନାଇଟ୍ରୋଜେନ୍ ଅକ୍ସାଇଡ୍ ବିକିରଣର ବିଶ୍ୱର ୩ ସବୁଠାରୁ ବଡ ହଟସ୍ପଟ୍ ଭାରତରେ ଅଛି । ଏବଂ ଏଥିରୁ ଏକ ଦିଲ୍ଲୀ-ଏନସିଆରରେ ଅଛି । ପିଏମ-୨.୫ ଓ ଓଜୋନର ନିର୍ମାଣ ପାଇଁ ନାଇଟ୍ରୋଜେନ୍ ଅକ୍ସାଇଡ୍ ଦାୟୀ ହୋଇଥାଏ ।