ପୁଲୱାମା ଆକ୍ରମଣରେ ରକ୍ତ ଚାଉଳ ଚୋବାଉଥିବା ଭାରତୀୟ ହ୍ୟାକର୍ସ ଭିନ୍ନ ଅନ୍ଦାଜରେ ପାକିସ୍ତାନକୁ ଚଖାଇଲେ ମଜା ! ୱେବସାଇଟ୍ ହ୍ୟାକ୍ କରିବା ସହ ସ୍କ୍ରୀନ୍ ରେ ଲେଖିଲେ ଏଭଳି ବାର୍ତ୍ତା ।

577

୧୪ ଫେବୃଆରୀ ଶ୍ରୀନଗର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ କ୍ରୋଧ ଏବଂ ଆକ୍ରୋଶର ନିଆଁରେ ଜଳୁଥିବା ଭାରତବାସୀ ପାକିସ୍ତାନର ସର୍ବନାଶ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି । କେହି କେଉଁ ଉପାୟରେ ନିଜ ଦୁଃଖ ଏବଂ କ୍ରୋଧ ଜାହିର କରୁଛି । ସରକାର ମଧ୍ୟ ଆଉ କଥାବାର୍ତ୍ତାରେ ସମୟ ବରାବଦ୍ ନକରି ସିଧା ଆକ୍ସନ୍ ମୋଡକୁ ଚାଲି ଆସିଛନ୍ତି । ତେବେ ଭାରତର ହ୍ୟାକର୍ସମାନେ ମଧ୍ୟ ଏହିଭଳି ଭାବେ ନିଜ କ୍ର୍ରୋଧକୁ ପାକିସ୍ତାନକୁ ଦେଖାଇଛନ୍ତି । ଯାହାଦ୍ୱାରା ପାକିସ୍ତାନକୁ କିଛି ମାତ୍ରାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଟିମ୍ ଆଇ କ୍ରୁ ନାମକ ଏକ ହ୍ୟାକର୍ସ ଦଳ ପାକିସ୍ତାନର ୨୦୦ ଟି ୱେବସାଇଟକୁ ହ୍ୟାକ୍ କରିଦେଇଛନ୍ତି । ଯେଉଁଥିରେ ହ୍ୟାକର୍ସ ନିଜ ଅନ୍ଦାଜରେ ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତିି ।

ଭାରତର ହ୍ୟାକର୍ସ ମାନେ ୨୦୦ ୱେବସାଇଟ ହ୍ୟାକ୍ କରିବା ସହ ସ୍କ୍ରୀନ୍ ରେ ଜଳୁଥିବା ମହମବତୀ ସହ ବାୟୁସେନାର ଲଢାକୁ ବିମାନ ସହ ଧୂଆଁରେ ଉଡୁଥିବା ତ୍ରୀରଙ୍ଗାର ଫଟୋ ନଜର ଆସୁଛି । ଏହି ସ୍କ୍ରୀନ୍ ରେ ଚେତାବନୀ ରହିଛି କି ଭାରତ କେବେ ବି ଏହି ଆକ୍ରମଣକୁ ଭୁଲିବ ନାହିଁ ।

Comments are closed.