ଭାରତର ସାହସୀ ଝିଅ । ବୟସ ୬ ବର୍ଷ । ପଢିବା ପାଇଁ ଗୋଟିଏ ଗୋଡରେ ଚାଲି ଚାଲି ଯାଉଛି ଦେଢ କିଲୋମିଟର । 

89

ଭାରତର ସାହସୀ ଝିଅ । ବୟସ ୬ ବର୍ଷ । ପଢିବା ପାଇଁ ଗୋଟିଏ ଗୋଡରେ ଚାଲି ଚାଲି ଯାଉଛି ଦେଢ କିଲୋମିଟର । ଅଦମ୍ୟ ସାହସ ଓ ଦୃଢ ଇଚ୍ଛାଶକ୍ତି ମଣିଷକୁ ସଫଳ କରାଇଥାଏ । ସଂଘର୍ଷ, ନିଷ୍ଠା ଓ କଠିନ ପରିଶ୍ରମରୁ ଜନ୍ମ ନେଇଥାଏ ପ୍ରତିଭା । ଆଉ ଏଭଳି ପରିସ୍ଥିତିକୁ ଯିଏ ସାମ୍ନା କରିନପାରେ ସେ ହାରିଯାଏ କିନ୍ତୁ ଯିଏ ଜୀବନରେ ସଂଗ୍ରାମ କରେ, ସେ ସଫଳତାକୁ ହାତ ମୁଠାରେ ଧରେ । ସେହିଭଳି ଏକ ଗରିବୀ ଓ ସଂଘର୍ଷ ଭିତରେ ପାଠ ପଢିବାର ସ୍ୱପ୍ନ ଦେଖୁଛି ଜଣେ ଦିବ୍ୟାଙ୍ଗ ଛାତ୍ରୀ ।

ଦୁର୍ଘଟଣାରେ ଝିଅର ଗୋଡ କଟିଗଲା । ମାଆ ବି ପରକରି ଛାଡି ପଳେଇଲା । କିନ୍ତୁ ସେ ହାରିନଥିଲା ।  କଅଁଳ ବୟସରେ ବି ହାରମାନିଲାନି । ଆଗେଇ ଚାଲିଲା ନିଜ ସ୍ୱପ୍ନକୁ ସାକାର କରିବାପାଇଁ । ଗୋଟିଏ ଗୋଡରେ ଦେଢ କିଲୋମିଟର ଚାଲି ଚାଲି ସ୍କୁଲ ଗଲା । ଏହା ହେଉଛି ପଂଜାବର ରାତିଆରୋଡ ନିକଟରେ ଥିବା ଆନଜ ମଣ୍ଡି ବସ୍ତିରେ ରହୁଥିବା ଗୋଟିଏ ଛଅବର୍ଷ ଝିଅର ଦୁଃଖ କାହାଣୀ । ଏହା ସେହି ଝିଅପାଇଁ ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ କିନ୍ତୁ କଅଁଳ ବୟସରେ ତାର ସାହସକୁ  ସାଲ୍ୟୁଟ କରିବା ଉଚିତ । ସେ ହେଉଛି ମୀରା ଯାହାର ପ୍ରଶଂସାରେ ଶତମୁଖ ଗାଁଲୋକେ ।

ଦୁର୍ଘଟଣାରେ ଗୋଡ କଙ୍କିଗଲା ପରେ ଗୋଟିଏ ଗୋଡରେ ଚାଲି ଚାଲି ଦେଢ କିଲୋମିଟର ସ୍କୁଲ ଯାଉଛି । କେବଳ ସେତିକିରେ ତାର ଦୁଃଖର ଶେଷ ହୋଇନାହିଁ, ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ । ସୀତାରାମଙ୍କ ପରିବାରରେ ଛଅ ବର୍ଷତଳେ ଜନ୍ମ ହୋଇଥିଲା ମୀରା । ଗୋଡ କଟିବାର କିଛି ସମୟ ପରେ ମା ଘର ଛାଡି ପଳେଇଥିଲା । ବାପା ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ । ତାଙ୍କ କକା ବି ଦୃଷ୍ଟିହୀନ । ତେଣୁ ଘରର ଦାୟିତ୍ୱ ନିଅନ୍ତି ମୀରାଙ୍କ ଜେଜେମା । ଯିଏ ଭିକ ମାଗି ଘର ଚଳାନ୍ତି । ଏଭଳି ପରିସ୍ଥିତିରେ ବି ମୀରା ନିଜର ପାଟପଢା ମୋହକୁ ଚାଡିପାରିନାହାନ୍ତି । ସ୍କୁଲର ଜଣେ କୃତି ଛାତ୍ରୀ ମଧ୍ୟରେ ମୀରା ଅନ୍ୟତମ ।

ମୀରା ପଢୁଥିବା ସ୍କୁଲର ଅଧ୍ୟକ୍ଷା ବି ଜଣେ ଦିବ୍ୟାଙ୍ଗ । ତେଣୁ ସେ ମୀରାର ଦୁଃଖ ଜାଣିଛନ୍ତି । । ମୀରାଙ୍କ  ପାଠପଢା ପ୍ରତି ଦୁର୍ବଳତା ଦେଖି ଅଧ୍ୟକ୍ଷା ସମସ୍ତ ଶିକ୍ଷକଙ୍କୁ  ତାର ଦାୟିତ୍ୱ ବୁଝିବା ପାଇଁ କହିଛନ୍ତି । ମୀରାର  ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ସମସ୍ତେ ନଜର ରଖିଛନ୍ତି ।  ମୀରାର ଭାଇ  ଓମପ୍ରକାଶ ବି ପ୍ରଥମ ଶ୍ରେଣୀରେ ପଢୁଛି । ବଢଭାି୍ର ଦାୟିତ୍ୱ ବୁଝୁଛି ଓମ । ଭଉଣୀର ବ୍ୟଗ ନେବା ଆଣିବା ଦାୟିତ୍ୱ ନେଉଛି ଓମ । ମୀରାଙ୍କ ଶିକ୍ଷୟତ୍ରୀ ପରମଜୀତ କୈାର ବେଳେ ବେଳେ ମୀରାକୁ ସ୍କୁଟରରେ ନେଇ ଘରେ ଛାଡି ଦିଅନ୍ତି । କିନ୍ତୁ ଏହା ସବୁଦିନେ ସମ୍ଭବ ହୋଇନଥାଏ ।  ଏତେସବୁ ପ୍ରତିକୂଳ ପରିସ୍ଥିତି ସତ୍ୱେ ପାଠପଢା ପ୍ରତି ମୀରାଙ୍କର ପ୍ରବଳ ଆଗ୍ରହ ରହିିଛି । ଆଉ ସ୍କୁଲରେ ସମସ୍ତଙ୍କର ପ୍ରିୟ ହେଉଛି ମୀରା ।

ମୀରାର ବାପା ଓ କକା ବାହାରକୁ କାମ କରିବାକୁ ଯାଇଥିବା ବେଳେ ମୀରା ଓ ତାଙ୍କ ଭାଇ ଛେଳି ଚରାଇବାକୁ ଯାଇଥିଲେ । ଆଉ ତାଙ୍କ ଗୋଡ  ଉପରେ ଟ୍ରକ ଚଢିଯାଇଥିଲା । ଯାହା  ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।