ରାଜନେତାଙ୍କ ଜେଲ ଯାତ୍ରା : ଜେଲ ଯାଇସାରିଥିବା ୧୦ ହାଇପ୍ରୋଫାଇଲ ନେତାଙ୍କ ବିଷୟରେ……..

ଜାଣିରଖୁନ୍ତୁ କେଉଁମାନେ ଅର୍ଥାତ କେଉଁ ନେତାମାନେ ଜେଲ ଯାଇଛନ୍ତି....

122

କନକ ବ୍ୟୁରୋ : ଭାରତରେ ଆମେ ଯଦି ଦେଖିବା ତେବେ ଅନେକ ସମୟରେ ରାଜନୈତିକ ବ୍ୟକ୍ତିମାନେ ଅନେକ ସମୟରେ ବିବାଦ ଘେରରେ ରହିଥାଆନ୍ତି । କେବଳ ଯେ, ବିବାଦ ଘେରରେ ରହନ୍ତି ତାହା ନୁହେଁ ଆମେ ବରଂ କହିପାରିବା ନେତା ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦିଅନ୍ତି । ତେଣୁ ଦେଶରେ କିଛି ଚର୍ଚ୍ଚିତ ତଥା ପ୍ରତିଷ୍ଠାତା ନେତା ଜେଲ ମଧ୍ୟ ଯାଇଛନ୍ତି । ତେବେ ଜାଣିରଖୁନ୍ତୁ କେଉଁମାନେ ଅର୍ଥାତ କେଉଁ ନେତାମାନେ ଜେଲ ଯାଇଛନ୍ତି….

 

ଲାଲୁପ୍ରସାଦ ଯାଦବ: ଲାଲୁପ୍ରସାଦ ଯାଦବ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କେବଳ ଯେ ମୁଖ୍ୟମନ୍ତ୍ରୀ ଥିଲେ ତାହା ନୁହେଁ ବରଂ ସେ କେନ୍ଦ୍ରରେ ରେଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମନ୍ତ୍ରୀ ମଧ୍ୟ ଥିଲେ । ତେବେ ଗୋଖାଦ୍ୟ ଦୁର୍ନୀତିରେ କୋର୍ଟ ଲାଲୁଙ୍କୁ ଜେଲ ଦଣ୍ଡ ଦେବା ସହ ଜୋରିମାନା ମଧ୍ୟ ଦେଇଛନ୍ତି ।

 

ୟୋଦୁରୁପ୍ପା : ଦକ୍ଷିଣ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ମଧ୍ୟ ଜେଲ ଜେଲ ଯାଇଥିଲେ । ତାଙ୍କୁ ଲୋକାୟୁକ୍ତ ଅହାଲତ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡ ଦେଇଥିଲେ । ୨୦୧୧ ମସିହାରେ ତାଙ୍କୁ ପୋଲିସ ହେପାଜତକୁ ନେଇଥିଲା ।

 

ସୁରେଶ କଲମାଡି: ଜେଲ ଯିବା ନେତାଙ୍କ ତାଲିକାରେ ସୁରେଶଙ୍କ ନାମ ମଧ୍ୟ ରହିଥିବା ଜଣାପଡିଛି । ସେ କମନ ୱେଲଥ ଗେମରେ ଘୋଟଲା କରିବା ମାମଲାରେ ଜେଲ ଦଣ୍ଡ ଭୋଗିଥିଲେ ବୋଲି ସୂଚନା ମିଳିଛି । ୨୦୧୧ ମସିହା ୨୫ ଏପ୍ରିଲରେ ସେ ଜେଲ ଯାଇଥିଲେ ।

 

କାନିମୋଝି : ଡିଏମକେ ଏମ. କରୁଣା ନିଧିଙ୍କ ଝିଅ କାନିମୋଝିଙ୍କୁ ଏକ ମାମଲାରେ ୨୦୧୧ ମସିହା ୨୮ ନଭେମ୍ବରରେ ସିବିଆଇର ସ୍ପେଶାଲ କୋର୍ଟ ତାଙ୍କୁ ଗିରଫ କରିଥିଲେ ।

 

ମହିପାଲ ମଦେରନା : କଂଗ୍ରେସର ଜଣେ ଜଣାଶୁଣା ଅର୍ଥାତ ଚର୍ଚ୍ଚିତ ନେତାଙ୍କ ନାମ ତାଲିକାରେ ମହିପାଲଙ୍କ ନାମ ଆସିଥାଏ । ସେ ଯେଉଁ ସମୟରେ ରାଜସ୍ଥାନର ଜଳସମ୍ପଦ ମନ୍ତ୍ରୀ ଥିଲେ ସେହି ସମୟରେ ଏକ ମାମଲାରେ ଛନ୍ଦି ହୋଇ ପଡିଥିଲେ । ତେଣୁ ପରେ ସେ ମଧ୍ୟ ଜେଲ ଯାଇଥିଲେ ।

ବଙ୍ଗାରୁ ଲକ୍ଷ୍ମଣ : ବଙ୍ଗାରୁ ଭାରତୀୟ ଜନତା ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଥିଲେ । ତେବେ ବେଆଇନ ଅସ୍ତ୍ରଶସ୍ତ୍ର ମାମାଲାରେ ୨୦୦୧ ମସିହାରେ ସେ ବି ଜେଲ ଯାଇଥିଲେ । ସେ ୪ ବର୍ଷର ଜେଲ ଦଣ୍ଡାଦେଶ ପାଇଥିଲେ ।

 

ଅମର ସିଂହ: ରାଜ୍ୟସଭା ସାଂସଦ ତଥା ସମାଜବାଦୀ ପାର୍ଟିର ନେତା ଅମର ଭୋଟ ସମୟରେ ଟଙ୍କା ବଣ୍ଟା ମାମାଲାରେ ୨୦୧୧ ମେ ୧୩ରେ ସେ ଜେଲ ଯାଇଥିଲେ । କେବଳ ସେ ନୁହେଁ ତାଙ୍କ ସହ ଅନ୍ୟ ନେତା ମଧ୍ୟ ଜେଲ ଯାଇଥିବା ସୂଚନା ମିଳେ ।

 

ମଧୁ କୋଡା : ମଧୁ କୋଡା ଆୟଠାରୁ ଅଧିକ ସମ୍ପତ୍ତି ନିଜ ପାଖରେ ଠୁଳ ରଖିଥିବା ମାମଲାରେ ଜେଲ ଯାଇଥିଲେ । ୪ ହଜାର ଟଙ୍କା କୋଇଲା ଘୋଟାଲା ମାମଲାରେ ୨୦୧୭ ଡିସେମ୍ବର ୩ରେ ୩ ବର୍ଷ ଜେଲ ଦଣ୍ଡାଦେଶ କୋର୍ଟ ଶୁଣାଇଥିଲେ । ଏହାସହ ତାଙ୍କ ଉପରେ ୨୫ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଥିବା ଜଣାଯାଏ ।

ଆର ବାଳକ୍ରିଷ୍ଣ ପିଲାଇ: ସାତ ଥର ସାଂସଦ ହୋଇଥିବା କେରଳର ଅନୁଭବି କଂଗ୍ରେସ ନେତା ଆର ବାଳକ୍ରିଷ୍ଣ ପିଲାଇ ୨୦୧୧ ମସିହା ଭଷ୍ଟ୍ରାଚାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିବା ସହ ୧ ବର୍ଷ କାରାଦଣ୍ଡ ଦେଇଥିଲେ । ୨୦୧୧ ମସିହା ନଭେମ୍ବର ମାସରେ ସେ ଗିରଫ ହୋଇଥିଲେ ।

 

ସୁଖରାମ: ନରସିଂହ ରାଓ ସରକାର ସମୟରେ ପୂର୍ବ ଦୂର ସଂଚାରମନ୍ତ୍ରୀ ତଥା ହିମାଚଳ ପ୍ରଦେଶର ସାଂସଦ ଥିବା ସୁଖରାମଙ୍କ ଉପରେ ଭ୍ରଷ୍ଟାଚାର ମାମଲା ଥିଲା । ୧୯୯୬ ମସିହାରେ ତାଙ୍କ ଘରେ ସିବିଆଇ ପଶି ୩.୬ କୋଟି ଟଙ୍କା ଦାଖଲ କରିଥିଲା । ଏହାପରେ ୨୦୦୨ ମସିହାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।