ଦୁବାଇରେ ଜମି କିଣା ମାମଲାରେ ଶ୍ରେଷ୍ଠରେ ରହିଛି ଭାରତ : ଅଧ୍ୟୟନ

19

ସମ୍ପତି ନିବେଶ ପାଇଁ ବିଶ୍ୱର ସସସ୍ତ ଶ୍ରେଷ୍ଠ ଜାଗା ମଧ୍ୟରୁ ଦୁବାଇରେ ସମ୍ପତି ନିବେଶକଙ୍କ ମଧ୍ୟରୁ ଭାରତ ପୁନର୍ବାର ଶ୍ରେଷ୍ଠ ସ୍ଥାନ ନେବାରେ ହୋଇଛି ସଫଳ । ୨୦୧୬ ଜାନୁୟାରୀ ମାସ ଠାରୁ ଜୁନ ୨୦୧୭ ପର୍ଯ୍ୟନ୍ତ ଭାରତୀୟମାନେ ଦୁବାଇରେ ପାଖାପାଖି ୪୨,୦୦୦କୋଟି ଟଙ୍କାର ସମ୍ପତି କ୍ରୟ କରିଛନ୍ତି ବୋଲି ଏକ ଆକଳନରୁ ଯାହା ଜଣା ପଡିଛି ।

ଦୁବାଇର ଭୂମି ବିଭାଗଙ୍କ ସୂଚନାନୁସାରେ, ଏହି ମାମଲାରେ ଶ୍ରେଷ୍ଠ ସ୍ଥାନରେ ପହଂଚିଛି ଭାରତ । ୨୦୧୪ତୁଳନାରେ ଭାରତୀୟମାନେ ଦୁବାଇରେ ସମ୍ପତି ପାଇଁ ୩୦,୦୦୦କୋଟି ପୁଞ୍ଜି ବିନିଯୋଗ କରିଥିଲେ । ବର୍ତ୍ତମାନ ୧୨,୦୦୦କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଛି ।ସେ ସମୟରେ ବାହ୍ୟ-ଆରବ ଲୋକଙ୍କ ଦ୍ୱାରା ଦୁବାଇ ସମ୍ପତିରେ ପୁଞ୍ଜି ନିବେଶ(୧ଲକ୍ଷ କୋଟି ଟଙ୍କା)ର ଏକ ଚତୁର୍ଥାଂଶ ଠାରୁ ମଧ୍ୟ ଅଧିକ(୩୦,୦୦୦କୋଟି) ରହିଥିଲା ।

ସୂଚନା ମୁତାବକ, କିଛି ବର୍ଷ ହେବ ଭାରତୀୟମାନେ ଦୁବାଇରେ ସବୁଠାରୁ ଅଧିକ ପୁଞ୍ଜି ବିନିଯୋଗ କରିଥିବା ବାହ୍ୟ-ଆରବ ଲୋକଙ୍କ ସୂଚୀରେ ସବୁଠାରୁ ଶ୍ରେଷ୍ଠ ସ୍ଥାନ ଅଳଙ୍କୃତ କରିଛି । ତେବେ ମୁମ୍ବାଇର ବାନ୍ଦ୍ରା-କୁର୍ଲାରେ ୩ରୁ ୫ନଭେମ୍ବର ଭିତରେ ୩ୟ ସମ୍ମିଳନୀର ଆୟୋଜନ ହେବାକୁ ଯାଉଛି ।