ଶତାୟୁଙ୍କୁ ସ୍ୱର୍ଣ୍ଣ : ଟ୍ରାକରେ ଚମକ ଦେଖାଇଲେ ମନ କୈାର

30

30_08_2016-mankaur2୧୦୦ ମିଟର ଦୌଡରେ ଜଣେ ଭାରତୀୟ ମହିଳାଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ। ଏହି ମହିଳା ଜଣ ହେଉଛନ୍ତି ମନ କୌର ।  ତାଙ୍କ ବୟସ ହେଉଛି ୧୦୦। କଥାଟି ବିଶ୍ୱାସ ନହେଲେ ବି ସତ।

ଆମେରିକା ମାଷ୍ଟର୍ସ ଗେମରେ ସେ ଏହି ସଫଳତା ହାସଲ କରିଛନ୍ତି । ୧୦୦ ମିଟର ଦୌଡି ପାଇଁ ସେ ନେଇଥିଲେ ୧ ମିନିଟ ୩୦ ସେକେଣ୍ଡ। ଅବଶ୍ୟ ତାଙ୍କ ବିଭାଗରେ ସେ ଥିଲେ ଏକମାତ୍ର ପ୍ରତିଯୋଗୀ। ୧୦୦ ବର୍ଷରୁ ଉର୍ଦ୍ଧ ବିଭାଗରେ ସେ ଜଣେ ହିଁ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ।

3ମନ କୌରଙ୍କ ୭୪ ବର୍ଷିୟ ପୁଅ ଗୁରୁଦେବ ସିଂ ମଧ୍ୟ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ ଏବଂ ତାଙ୍କ ମାଆଙ୍କ ସଫଳତା ପଛରେ ତାଙ୍କ ଖେଳ ପ୍ରତି ଥିବା ରୁଚି ଏବଂ ଆତ୍ମବିଶ୍ୱାସ ରହିଥିବା ସୂଚନା ଦେଇଥିଲେ। ମନ କୌର ୯୩ ବର୍ଷ ବୟସରୁ ଦୌଡ ପ୍ରତିଯୋଗୀତାରେ ଭାଗ ନେଉଛନ୍ତି ଏବଂ ବର୍ତମାନ ସୁଦ୍ଧା ସାରା ବିଶ୍ୱର ମାଷ୍ଟର ଗେମ୍ ମାନଙ୍କରେ ଭାଗ ନେଇ ୨୦ଟି ପଦକ ଜିତି ସାରିଛନ୍ତି ।