ମହଙ୍ଗା ପଡିଲା ମଉଜ! ଯୌନଦାସୀଙ୍କ ସହ ରାତି ବିତାଇ ଗିରଫ ହେଲେ ଯୁବକ

46

ଯୌନଦାସୀଙ୍କ ସହ ରାତି ବିତାଇବା ସ୍ୱପ୍ନ ମହଙ୍ଗା ପଡିଛି ଔରଙ୍ଗାବାଦର ଜଣେ ଯୁବକଙ୍କୁ । ନିଜର ଏହି ଲୋଭ ପାଇଁ ଆଇଏସଆଇଏସରେ ଯୋଗ ଦେଇଥିବା ନାସିର୍ ଓରଫ୍ କାଦିର ବିନ୍ ଅବୁ ବକାରଙ୍କୁ ଗିରଫ କରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । ଆଉ ଗିରଫ ପରେ ଜିହାଦ୍ ପାଇଁ ନୁହେଁ ଯୌନଦାସୀ ପାଇଁ ସଂଗଠନରେ ଯୋଗ ଦେଇଥିବା ନିଜେ ନାସିର୍ ଏକଥା କହିଛି ।

ଏକଥା ସମସ୍ତେ ଜାଣନ୍ତି ଯେ , ଆଇଏସଆଇଏସ୍ ବିଭିନ୍ନ ଦେଶରେ ଆକ୍ରମଣ କରି ସେଠାକାର ଯୁବତୀ ଓ ମହିଳା ମାନଙ୍କୁ ଉଠାଇ ଆଣିଥାନ୍ତି । ଏବଂ ସେମାନଙ୍କୁ ଯୌନଦାସୀ ଭାବରେ ରଖି ନିଜର ଯୌନ ଲାଳସା ମେଂଟାଇବା ସହ ନିଲାମ ମଧ୍ୟ କରିଥାନ୍ତି । ତେବେ ଏକଥା ଜାଣିବା ପରେ ନାସିର୍ ନିଜ ଲୋଭ ସମ୍ବରଣ କରି ପାରି ନଥିଲା  । ଅଧିକାଂଶ ସମୟ ଏହି ଯୌନଦାସୀଙ୍କ ଭିଡିଓ ଦେଖିବା ଆରମ୍ଭ କରିଥିଲା । ଏବଂ ସେମାନଙ୍କ ସହ ରାତି ବିତାଇବା ପାଇଁ ସଂଗଠନରେ ଯୋଗ ଦେଇ ଭାରତର ସ୍ଥାନୀୟ ଏଜେଣ୍ଟ ଭାବରେ କାମ କରିବା ଆରମ୍ଭ କରିଥିଲା । ତେବେ ଏହା ଭିତରେ ସେ ଭୁଲି ଯାଇଥିଲା ନିଜ ପରିବାର କଥା ଓ ନିଜ ସ୍ତ୍ରୀ କଥା ।

ପରିବାରର ବାରଣ ସତ୍ୱେ ନାସିର୍ ଏଥିରୁ କ୍ଷାନ୍ତ ହୋଇ ନଥିଲା । ଆଉ ଆଇଏସଆଇଏସର ପ୍ରତିନିଧି ଭାବେ କାମ କରୁଥିବା ବେଳେ ଧରିଥିଲା ମହାରାଷ୍ଟ୍ର ଆଣ୍ଟି ଟେରୋରିଜିମ୍ ସ୍କ୍ୱାର୍ଡ । ତେବେ କେବଳ ନାସିର୍ ନୁହେଁ ଭାରତର ଅନେକ ଯୁବକ ଅଛନ୍ତି ଯେଉଁମାନେ ଜିହାଦ୍ ପାଇଁ ନୁହେଁ ବରଂ ଯୌନଦାସୀ ମାନଙ୍କ ପାଇଁ ଆଇଏସଆଇଏସରେ ଯୋଗ ଦେଉଛନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି ଏକ ସ୍ଥାନୀୟ ଗଣମାଧ୍ୟମ ।

ଏହା ସହ ଦେଖନ୍ତୁ ପ୍ରଥା ଆଳରେ ଝିଅଙ୍କୁ ବିକାଯାଏ ହାଟରେ : ୧୦ଟଙ୍କାରୁ ୧୦୦ଟଙ୍କା ଷ୍ଟାମ୍ପ ପେପରରେ ହୁଏ ମୂଲଚାଲ