ସାଉଦିଆରବରେ ଭାରତୀୟ ଯୋଗକୁ ସମ୍ମାନ ! ମିଳିଲା କ୍ରୀଡାର ମାନ୍ୟତା

42

କନକ ବ୍ୟୁରୋ : ଭାରତୀୟ ଯୋଗକୁ କ୍ରୀଡ଼ାର ମାନ୍ୟତା ଦେଲା ସାଉଦି ଆରବ । ଏକ ମୁସଲିମ ଦେଶ ହୋଇ ମଧ୍ୟ ଯୋଗାଭ୍ୟାସକୁ ବୈଧତା ପ୍ରଦାନ କରିଛି ସାଉଦି ଆରବ । ଏହା ଦ୍ୱାରା ନିୟମ ମୁତାବକ ଯେକୌଣସି ବ୍ୟକ୍ତି ପଂଜୀକରଣ କରାଇ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ପାରିବେ । ସାଉଦି ଆରବ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଏହି ନିଷ୍ପତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ମୁସଲିମ ନେତା ମଧ୍ୟ ପ୍ରଶଂସା କରିଛନ୍ତି ଏହାକୁ । ଯୋଗ ଦ୍ୱାରା ଶରୀର ସୁସ୍ଥ ରହୁଥିବାରୁ ଏହାକୁ କୌଣସି ଧର୍ମରେ ସଙ୍କୁଚିତ ନ କରିବାକୁ ମତ ଦେଇଛନ୍ତି ମୁସଲିମ୍ ନେତା । ସାରା ବିଶ୍ୱରେ ଅନେକ ରାଷ୍ଟ୍ର ଭାରତୀୟ ଯୋଗବିଦ୍ୟାକୁ ଆନୁଷ୍ଠାନିକ ଅନୁମତି ଦେଇସାରିଛନ୍ତି ।