ଇତିହାସ ରଚିଲା ଲେଡି ବ୍ରିଗେଡ ! ଦକ୍ଷିଣ ଆଫ୍ରିକାକୁ ୫୪ ରନରେ ପରାସ୍ତ କରି ବିଦେଶରେ ବଡ ବିଜୟ ହାସଲ କଲା ଭାରତୀୟ ମହିଳା ଟିମ୍

34

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟି-୨୦ ମ୍ୟାଚରେ ୫୪ ରନରେ ଜିତି ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୩-୧ରେ ନିଜର କରି ନେଇଛି। ହରମନପ୍ରୀତଙ୍କ ଲେଡି ବ୍ରିଗେଡ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏ ଗସ୍ତରେ ୨ଟି ଶୃଙ୍ଖଳା ଜିତି ଇତିହାସ ରଚିଛି। ଏହି ଗସ୍ତରେ ମିତାଲି ରାଜ ଟି-୨୦ରେ ୧୯୦ ରନ୍ ସଂଗ୍ରହ କରିଛନ୍ତି।ପୂର୍ବରୁ ଦିନିକିଆ ସିରିଜକୁ ୨-୧ରେ ବିଜୟୀ ହୋଇଥିଲା ଭାରତୀୟ ଟିମ୍ ।

ପ୍ରଥମ ଟି-୨୦ରେ ଭାରତ ଭଲ ପ୍ରଦର୍ଶନ କରି ସାତ ଓ୍ଵିକେଟରେ ବିଜୟୀ ହୋଇଥିବା ବେଳେ ୨ୟ ଟି-୨୦ରେ ୯ଟି ଓ୍ଵିକେଟରେ ଜିତିଛି। ଭାରତ ପୂର୍ବରୁ ଅଷ୍ଟ୍ରେଲିଆରେ ଟି-୨୦ ଶୃଙ୍ଖଳାରେ ବିଜୟୀ ହୋଇଥିଲା। ବରିଷ୍ଠ ଖେଳାଳି ମିତାଲି ରାଜ ପ୍ରଥମ ୨ଟି ମ୍ୟାଚରେ ଯଥାକ୍ରମେ ୫୪ ଓ ୭୬ ରନ୍ ସଂଗ୍ରହ କରିଥିବା ବେଳେ ୩ୟ ଟି-୨୦ରେ କୌଣସି ରନ୍ ନକରି ପାଭଲିଅନକୁ ଫେରି ଆସିଥିଲେ। ସେହିପରି ସ୍ମୃତି ସ୍ମ୍ୃତି ମାନ୍ଧାନା ପ୍ରଥମ ମ୍ୟାଚରେ ୨୮, ୨ୟ ମ୍ୟାଚରେ ୫୭ ଓ ୩ୟ ମ୍ୟାଚ୍ରେ ୩୭ ରନ୍ ଯୋଡିଥିଲେ।ଅନ୍ତିମ ଟି-୨୦ରେ ଭାରତୀୟ ଟିମକୁ ଦୀର୍ଘ ୬ ବର୍ଷ ପରେ ଫେରିଥିବା ରୁମେଲି ଧର ଓ ଶିଖା ପାଣ୍ଡେଙ୍କ ଘାତକ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୧୨ ରନରେ ଅଲଆଉଟ ହୋଇଥିଲା । ସିରିଜରେ ତିନୋଟି ଅର୍ଦ୍ଧଶତକ ହାସଲ କରିଥିବା ମିତାଲି ରାଜଙ୍କୁ ମ୍ୟାନ ଅଫ୍ ଦ ସିରିଜ ପୁରସ୍କାର ମିଳିଛି ।