ଦେଶ ସୁରକ୍ଷା ନେଇ ସରକାରଙ୍କ ବଡ ନିଷ୍ପତ୍ତି ! ଇସ୍ରାଏଲି କ୍ଷେପଣାସ୍ତ୍ର କିଣିବ ଭାରତ, ବାରାକ୍ ୮ ମିସାଇଲ୍ ପାଇଁ ୭୭୭ ମିଲିଅନ୍ ଡଲାରର ଚୁକ୍ତି ।

44

କନକ ବ୍ୟୁରୋ : ଦେଶ ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି  । ରୁଷ୍ ନିକଟରୁ ଏସ୍-୪୦୦ ମିସାଇଲ୍ ସିଷ୍ଟମ୍ କିଣିବା ଚୂଡ଼ାନ୍ତ ହେବା ପରେ ଏବେ ଇସ୍ରାଏଲୀ ଅତ୍ୟାଧୁନିକ ମିସାଇଲ କିଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୭୭୭ ମିଲିଅନ୍ ଡଲାର ବିନିମୟରେ ଏହି ଡିଲ୍ ହେବ  । ନୌସେନାର ୭ଟି ଯୁଦ୍ଧ ଜାହାଜରେ ଏହାକୁ ମୁତୟନ କରାଯିବ  । ସେପଟେ ଏହି ମିସାଇଲ ପାଇବା ପରେ ଭାରତର ଶକ୍ତିବୃଦ୍ଧି ନିଶ୍ଚିତ କୁହାଯାଉଛି  ।

ନୌସେନାକୁ ମିଳିବ ଇସ୍ରାଏଲୀ ମିସାଇଲ୍ । ଦେଶସୁରକ୍ଷା ନେଇ ସରକାରଙ୍କ ବଡ଼ ନିଷ୍ପତି । ରୁଷ୍ ନିକଟରୁ ଏସ୍-୪୦୦ ମିସାଇଲ୍ ସିଷ୍ଟମ୍ କିଣିବା ନେଇ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଆଗକୁ ଇସ୍ରାଏଲ୍ ନିକଟରୁ ଅତ୍ୟାଧୁନିକ ଏଲଆରସାମ୍ ମିସାଇଲ୍ ସିଷ୍ଟମ୍ କିଣିବ ଭାରତ । ଏଥି ପାଇଁ ଇସ୍ରାଏଲୀ କମ୍ପାନୀ ଆଇଏଆଇ ଓ ଭାରତ ଇଲେକ୍ଟ୍ରନିକ୍ସ ଲିମିଟେଡ୍ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଥିବା ଜଣାପଡ଼ିଛି  । ଏହି ମିସାଇଲ୍ ସିଷ୍ଟମ ଭାରତୀୟ ନୌସେନାର ୭ଟି ଯୁଦ୍ଧ ଜାହାଜରେ ଖଂଜାଯିବ । ୭୭୭ ମିଲିଅନ୍ ଡଲାର ମୂଲ୍ୟର ଏହି ଡିଲ୍ ପରେ ଭାରତର ଶକ୍ତି ବୃଦ୍ଧି ଘଟିବା କୁହାଯାଉଛି, ବିଶେଷ କରି ମହାସାଗରୀୟ କ୍ଷେତ୍ରରେ ଶତ୍ରୁକୁ ଏହା ଦେବ ଜବାବ  ।

ଦେଖିବା କେତେ ଉପଯୋଗୀ ଇସ୍ରାଏଲୀ ମିସାଇଲ୍ ?

୧. ଏଲଆରସାମ୍ ମିସାଇଲ୍ ଶକ୍ତିଶାଳୀ ବାରାକ୍ କ୍ଷେପଣାସ୍ତ୍ର ପରିବାରର  ।

୨. ବାରାକ୍ ୮ ମିସାଇଲ୍ ସିଷ୍ଟମ୍ ଦୁଇ ଦେଶ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଛି  ।

୩. ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ବ୍ୟବସ୍ଥା ସବୁଠୁ ଆଧୁନିକ  ।

୪. ଏହି ଦୂରଗାମୀ କ୍ଷେପଣାସ୍ତ୍ର ଯେକୌଣସି ଚାଲେଂଜକୁ ଗ୍ରହଣ କରିପାରେ  ।

୫. ନୌସେନାକୁ ଶକ୍ତିଶାଳୀ କରିବାକୁ ଏହା ସହାୟତା କରିବ  ।

୬. ଏକକାଳୀନ ମଲ୍ଟିପୁଲ୍ ଟାର୍ଗେଟକୁ ଭେଦ କରିପାରେ ଏଲଆରସାମ୍ ମିସାଇଲ୍  ।

୭. ହିବ୍ରୁ ଭାଷାରେ ବଜ୍ରପାତର ନାଁ ଅନୁଯାୟୀ ଏହାର ନାମକରଣ କରାଯାଇଛି  ।

ଆମେରିକା, ରୁଷ୍ ପରେ ଭାରତ ଅସ୍ତ୍ରଶସ୍ତ୍ର ପାଇଁ ଇସ୍ରାଏଲ୍ ଉପରେ ବ୍ୟାପକ ନିର୍ଭରଶୀଳ  । ଏହି କ୍ରମରେ ଆଗକୁ ଭାରତୀୟ ନୌସେନାରେ ସାମିଲ୍ ହେବ ଇସ୍ରାଏଲର ସବୁଠୁ ଶକ୍ତିଶାଳୀ ଏଲଆରସାମ୍ ମିସାଇଲ୍ ସିଷ୍ଟମ୍, ଯାହାକୁ ଆଧାର କରି ଭାରତ ଶତ୍ରୁକୁ ଦେବ ଜବାବ୍  ।