ଗଗନଯାନକୁ ମିଳିଲା ମଞ୍ଜୁରୀ ! ଖୁବଶୀଘ୍ର ୩ ଭାରତୀୟଙ୍କୁ ୭ ଦିନ ପାଇଁ ଅନ୍ତରୀକ୍ଷକୁ ପଠାଇବ ଭାରତ । 

164

ୟୁନିୟନ୍ କ୍ୟାବିନେଟ୍ ଶୁକ୍ରବାର ଭାରତରେ ପ୍ରସ୍ତୁତ ହୋଇଥିବା ମନୁଷ୍ୟ ସ୍ପେଶଫ୍ଲାଇଟ୍ ପ୍ରୋଗ୍ରାମକୁ ମଞ୍ଜୁର କରିଦେଇଛନ୍ତି । ‘ଗଗନଯାନ ସ୍ପେଶଫ୍ଲାଇଟ୍’ ରେ ଏବେ ୭ ଦିନ ପାଇଁ ୩ ଜଣ ଲୋକଙ୍କ ଦଳ ଅନ୍ତରୀକ୍ଷରେ ଯିବେ ଏବଂ ଏଥିପାଇଁ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଭାରତର ୭୨ ତମ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ , ୨୦୧୮ ରେ ପ୍ରଧାନମନ୍ତ୍ରୀ ମୋଦି ଏହି କଥାର ଘୋଷଣା କରିଥିଲେ । ସେ କହିଥିଲେ ୨୦୨୨ ମଧ୍ୟରେ ଯେକୌଣସି ଜଣେ ଭାରତୀୟ ଆଷ୍ଟ୍ରୋନଟ୍ ସେ ମହିଳା ହୁଅନ୍ତୁ ଅବା ପୁରୁଷ ଗଗନଯାନ ସ୍ପେଶଫ୍ଲାଇଟ୍ ରେ ଅନ୍ତରୀକ୍ଷକୁ ଯାଇପାରିବେ । ତେବେ ଏହା ପୂର୍ବରୁ ଭାରତରେ ଅକ୍ଟୋବର ୨୦୦୮ ରେ ଚନ୍ଦ୍ରଯାନ-୧ ଏବଂ ୨୦୧୪ ସେପ୍ଟେମ୍ବରରେ ମଙ୍ଗଳଯାନରେ ସଫଳତା ପୂର୍ବକ ଲଞ୍ଚ୍ କରାଯାଇଛି । ଇସ୍ରୋ ଚେୟାରମ୍ୟାନ୍ ଙ୍କ କହିବାନୁସାର ଏହି ମିସନ୍ ୧୫,୦୦୦ ନୂଆ ଚାକିରୀ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହେବ ।

ଗଗନଯାନ ମିଶନର ଖାସ୍ କଥା : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ୨୦୨୨ ମସିହାରେ ମାନବଯୁକ୍ତ ଅନ୍ତିରୀକ୍ଷଯାନ ପଠାଇବା ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ ଦେଶରୁ ବାଛି ବାଛି ୩୦ ଜଣ ଲୋକଙ୍କୁ ଚିହ୍ନଟ କରାଯାଉଛି । ଆଷ୍ଟ୍ରୋନଟ୍ ହେବାର ପ୍ରତିଯୋଗୀତା ମଧ୍ୟରେ ଥିବା ଏହି ୩୦ ଜଣ ଲୋକ ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞ ହେବେ । ଏହି ୩୦ ଜଣ ଲୋକଙ୍କ ମଧ୍ୟରେ ଅନେକ ପ୍ରକ୍ରିୟା ହେବ ଏବଂ ଏଥିରୁ ହିଁ ବଛାହେବେ ୩ ଜଣ ବିଶେଷଜ୍ଞ ଯେ ଅନ୍ତରୀକ୍ଷକୁ ଯିବେ । ଏହି ୩୦ ଜଣ ଆଷ୍ଟ୍ରୋନଟ୍ ଙ୍କ ଚୟନ କରିବା ପାଇଁ ଇସ୍ରୋ ଭାରତୀୟ ବାୟୁସେନାର ଆଇଏଏମ୍ କୁ ଏହାର ଦାୟିତ୍ୱ ଦେଇଛି ।  ଆଇଏଏମ୍ ତରଫରୁ ହିଁ ୧୯୮୪ ମସିହାରେ ଋଷ୍ ଯାନ ପାଇଁ ଅନ୍ତରୀକ୍ଷ ପାଇଁ ଯିବାକୁ ଥିବା ଭାରତୀୟ ଯାତ୍ରୀ ରାକେଶ ଶର୍ମାଙ୍କ ଚୟନ ୧୦ ଜଣ ଲୋକ ମିଶି କରିଥିଲେ । ଏହି ମିସନ୍ ରେ ଦେଶର ବେଷ୍ଟ ଫିଜିକାଲ୍ ଫିଟନେସ୍ ସହ ମେଣ୍ଟାଲ୍ କଣ୍ଟ୍ରୋଲ୍ ର ମଧ୍ୟ ତାଳମେଳ ରହିଥିବା ୩ ଜଣ ଆଷ୍ଟ୍ରୋନଟ୍ ଙ୍କୁ ଅନ୍ତିମ ପର୍ଯ୍ୟାୟରେ ଚୟନ ହେବ । ଅନେକ ପରୀକ୍ଷା ପରେ ସେମାନେ ମାନସିକ ତଥା ମେଡିକାଲ୍ ରେ କେତେ ଫିଟ୍ ଅଛନ୍ତି ତାହା ଚେକ୍ କରାଯିବ ।

ଏଭଳି ହେବ ସିଲେକ୍ସନ୍ : ଏହି ମିସନ୍ ପାଇଁ ସମ୍ପୁର୍ଣ୍ଣ ଦେଶରୁ ୩୦ ଜଣ ଲୋକଙ୍କୁ ବଛାଯିବ ଏବଂ ଏଥିରେ ବାୟୁ ସୈନ୍ୟଙ୍କୁ ପ୍ରାଥମିକତା ଦିଆଯିବ । ପ୍ରାଇମେରୀ ସିଲେକ୍ସନ୍ ପରେ ଏମାନଙ୍କୁ ଟ୍ରେନିଙ୍ଗ୍ ଦିଆଯିବ । ଏହାପରେ ୧୫ ରେ ଅନ୍ତିମ ସିଲେକ୍ସନ୍ ହେବ । ଏହାପରେ ଏମାନଙ୍କୁ ୩ – ୩ଟି ଦଳରେ ବିଭକ୍ତ କରାଯାଇ ଆଡଭାନ୍ସ ଟ୍ରେନିଙ୍ଗ୍ ଦିଆଯିବ । ଏହାପରେ ୩ ଜଣ ଆଷ୍ଟ୍ରୋନଟ୍ ଙ୍କ ଫାଇନାଲ୍ ଗ୍ରୁପ୍ କୁ ଲଞ୍ଚିଙ୍ଗ୍ ତାରିଖର ତିନିମାସ ପୂର୍ବରୁ ସ୍ପେଶାଲ୍ ଟ୍ରେନିଙ୍ଗ୍ ମିଳିବ । ଏହି ପୁରା ପ୍ରୋସେସ୍ ରେ ୧୨ ରୁ ୧୪ ମାସ ସମୟ ଲାଗିବ ।

ଏଭଳି ହେବ ଟ୍ରେନିଙ୍ଗ୍ : ଅନ୍ତରୀକ୍ଷ ଭଳି ବାତାବରଣରେ ୨୦ ରୁ ୬୦ ଡିଗ୍ରୀ ତାପମାନ ମଧ୍ୟରେ ବାଲାନ୍ସ କରିବା ପାଇଁ ସିମୁଲେଟର ଟ୍ରେନିଙ୍ଗ୍ ହେବ । ବାୟୁମଣ୍ଡଳର ଚାପର ୬ ଗୁଣା ଅଧିକ ଚାପ ସହ୍ୟ କରିବା ପାଇଁ ଡ୍ରାଇ ଫ୍ଲୋଟେସନ୍ ସିମୁଲେଟର ଟ୍ରେନିଙ୍ଗ୍ ଦିଆଯିବ । ଅନ୍ତରୀକ୍ଷ ଯାନ କ୍ରୁ କ୍ୟାପସୁଲରେ ମାଇଗ୍ରୋଗ୍ରୋବିଟି ଏବଂ ମୁଣ୍ଡରୁ ତଳକୁ କରି ବୁଲିବା ଭଳି ପରିସ୍ଥିତି ପାଇଁ ସିମୁଲେଟର ଟ୍ରେନିଙ୍ଗ୍ ହେବ । ଅତ୍ୟଧିକ ଗରମ ତାପମାନକୁ ସହ୍ୟ କରିବା ପାଇଁ ମଧ୍ୟ ଟ୍ରେନିଙ୍ଗ୍ ଦିଆଯିବ ।