ଖିଲାଡ଼ି ତାରକାଙ୍କ ସିନେମାରୁ ମିଳିଲା ପ୍ରେରଣା ! ୨୫୦ ଜଣ ଝିଅକୁ ପୋଷ୍ୟ ଗ୍ରହଣ କଲେ ୧୩ ବର୍ଷୀୟ ନାବାଳିକା

317

ଅକ୍ଷୟ କୁମାରଙ୍କ ପ୍ୟାଡ଼ମ୍ୟାନ ସିନେମା ଅନେକ ଲୋକଙ୍କ ପାଇଁ ପ୍ରେରଣା ସାଜିଛି । ପ୍ୟାଡ଼ମ୍ୟାନ ସିନେମାରୁ ପ୍ରେରିତ ହୋଇ ଜଣେ ୧୩ ବର୍ଷୀୟ ବାଳିକା ରୀବା ତୁଲପୁଲେ ମହାରାଷ୍ଟ୍ରର ଏକ ଗାଁର ପାଖାପାଖି ୨୫୦ ଝିଅଙ୍କୁ ପୋଷ୍ୟ ଗ୍ରହଣ କରିଛନ୍ତି । ଏବଂ ଉକ୍ତ ଝିଅମାନଙ୍କୁ ସାନିଟାରୀ ନାପକିନ୍ ମଧ୍ୟ ବାଂଟିଛନ୍ତି । ରୀବା ତୁଲପୁଲେଙ୍କର ପରିବାର ମହାରାଷ୍ଟ୍ରରେ ରହୁନ୍ତି । କିନ୍ତୁ ସେ ତାଙ୍କ ବାପାମା’ଙ୍କ ସହ ଦୁବାଇରେ ରୁହନ୍ତି । ତେବେ ଏହି କାମ କରିବା ପାଇଁ ବିଗତ କିଛି ଦିନ ଧରି ସେ ଦୁବାଇରେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଥିଲେ । ସେ ବିଗତ ସପ୍ତାହରେ ଭାରତ ଆସି ମହାରାଷ୍ଟ୍ରର ଶସାହାପୁରରଏକ ସ୍କୁଲରେ ଝିଅ ମାନଙ୍କ ପାଇଁ ଏକ ବର୍ଷର ପ୍ୟାଡ଼୍ ବାଂଟିଛନ୍ତି ।

କିଛି ମାସ ପୂର୍ବରୁ ସେ ପ୍ୟାଡ଼ମ୍ୟାନ୍ ଦେଖିଥିଲେ । ସିନେମା ଦେଖି ଭାତରରେ ମାସିକ ଧର୍ମ ସମୟରେ ଝିଅମନଙ୍କ ଅସୁବିଧା କଥା ହୃଦୟଙ୍ଗମ କରିଥିଲେ । ତେଣେୁ ଭାରତରେ ତଥା ମହାରାଷ୍ଟ୍ରର ଗାଁରେ ରହୁଥିବା ଝିଅ ମାନଙ୍କ ପାଇଁ କିଛି କରିବେ ବୋଲି ମନ ବଳାଇଥିଲେ । ଅଷ୍ଟମରେ ପଢ଼ୁଥିବା ରୀବା କହିଛନ୍ତି ପ୍ୟାଡ଼୍ କିଣିବା ପାଇଁ ତାଙ୍କୁ ଅଧିକ ସମୟ ଲାଗିନଥିଲା । ଟଙ୍କା ଯୋଗାଡ଼ କରିବା ପାଇଁ ରୀବା ଦୁବାଇରେ ଦିବାଳବୀ ପରଠାରୁ ସେଠାର ଲୋକଙ୍କ ଠାରୁ ସହାୟତା ମାଗିଥିଲେ । ଆଉ ବହୁତ କମ୍ ସମୟରେ ସେ ୨୫୦ ଝିଅଙ୍କର ସାନିଟାରୀ ପ୍ୟାଡ଼୍ କିଣିିବା ପାଇଁ ଟଙ୍କା ଆଦାୟ କରିପାରିଥିଲେ ।

Source:news18.com

ସୂଚନାଯୋଗ୍ୟ ଅକ୍ଷୟ କୁମାରଙ୍କ ସିନେମା ପ୍ୟାଡ଼ମ୍ୟାାନକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଭଲ ଆୟ କରିବା ସହ ଲୋକଙ୍କ ସାମ୍ନାରେ ମାସିକ ଧର୍ମ ସମୟରେ ମହିଳାଙ୍କ ଅସୁବିଧାକୁ ସର୍ବସମ୍ମୁଖକୁ ଆଣିପାରିଥିଲେ ଖିଲାଡ଼ି ତାରକା ଅକ୍ଷୟ କୁମାର । ଦିନେ ପ୍ୟାଡ଼ ବିଷୟରେ ଆଲୋଚନା କରିବା ପାଇଁ ଲୋକଙ୍କୁ ଲାଜ ଲାଗୁଥିଲା । କିନ୍ତୁ ସିନେମା ରିଲିଜ ହେବା ପରେ ଲୋକେ ଖୋଲିକି ଏ ବିଷୟରେ ଚର୍ଚ୍ଚା କଲେ ।