ପକ୍ଷୀ ସୁରକ୍ଷା ପାଇଁ ମହାନଦୀର ଜଳ ନିୟନ୍ତ୍ରଣ

29

vlcsnap-2016-05-19-18h31m05s014କଟକ ବ୍ୟୁରୋ, କନକ ନ୍ୟୁଜ୍ : ପକ୍ଷୀ ସୁରକ୍ଷା ପାଇଁ ହେଲା ମହାନଦୀର ଜଳ ନିୟନ୍ତ୍ରଣ । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ଏମିତି ପଦକ୍ଷେପ ନିଆଯାଇଛି ବିଲୁପ୍ତପ୍ରାୟ ପକ୍ଷୀ ଇଣ୍ଡିୟାନ ସ୍କିମର୍ ବା ପାଣିଚରୀ ପକ୍ଷୀର ବଂଶବୃଦ୍ଧି ପାଇଁ । କଟକ ଜିଲା ମୁଣ୍ଡଳି ବ୍ୟାରେଜ ନିକଟ ମହାନଦୀ ପଠାରେ ପ୍ରଥମ ଥର ପାଇଁ ଏହି ପକ୍ଷୀର ବଂଶବୃଦ୍ଧିକୁ କ୍ୟାମେରାରେ କଏଦ କରିଛନ୍ତି ପକ୍ଷୀ ବିଶାରଦ ସୁମନ୍ତ ରାଜଗୁରୁ । ଏହି ବିରଳ ପ୍ରଜାତିର ବଂଶବୃଦ୍ଧି ପାଇଁ କଟକ ମୁଣ୍ଡଳି ବ୍ୟାରେଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବନ ବିଭାଗର ଅନୁରୋଧ ରଖି ଜଳ ସଂପଦ ବିଭାଗ ପାଣିଚରୀ ପକ୍ଷୀଙ୍କ ଅଣ୍ଡା ରକ୍ଷା ପାଇଁ ମହାନଦୀ ଜଳର ଗତିପଥ ଉପରେ ନିୟନ୍ତ୍ରଣ କରିଛି ।

ଏହି ବିରଳ ପକ୍ଷୀର ବଂଶ ବିସ୍ତାର କ୍ଷେତ୍ରରେ ଯେପରି କୌଣସି ଅସୁବିଧା ନହୁଏ ସେ ନେଇ ପ୍ରଶାସନ ଯତ୍ନବାନ ରହିଛି । ସେଥିପାଇଁ ମୁଣ୍ଡଳି ବ୍ୟାରେଜରୁ ମହାନଦୀର ଜଳ ପରିଚାଳନା ଉପରେ ନିୟମନ୍ତ୍ରଣ ରଖାଯାଇଛି । ମହାନଦୀ ପାଣିରେ ଅଣ୍ଡାଗୁଡ଼ିକ ଯେପରି ଭାସି ନଯାଏ, ସେଥିପାଇଁ ମହାନଦୀ ଜଳର ଗତିପଥ ଉପରେ ନିୟନ୍ତ୍ରଣ କରାଯାଇଛି ।
vlcsnap-2016-05-19-18h15m29s336ଭାରତୀୟ ଉପମହାଦେଶର ବାଂଲାଦେଶ, ମିୟାଁମାର ସମେତ ଭାରତରେ ଦେଖାଯାଆନ୍ତି ଏହି ବିରଳ ପକ୍ଷୀ । ହେଲେ କ୍ରମଶଃ ଏହି ପକ୍ଷୀଙ୍କ ବଂଶ ଧିରେ ଧିରେ ଲୋପ ପାଇବାକୁ ବସୁଛି । ସମଗ୍ର ବିଶ୍ୱରେ ବର୍ତମାନ ପ୍ରାୟ ୭ ହଜାର ପାଣିଚରୀ ଅଛନ୍ତି । ଭାରତର ଚମ୍ବଲରେ ପାଣିଚରୀ ପକ୍ଷୀ ବଂଶବିସ୍ତାର କରୁଥିବା ଦେଖାଯାଇଥିଲା । ରାଜ୍ୟର ସାତକୋଶିଆ ଅଭୟାରଣ୍ୟ ସମେତ ମହାନଦୀ ଅବବାହିକାରେ ଏହି ପକ୍ଷୀ ଦେଖାଯାଉଥିଲେ ମଧ୍ୟ ଏଠାରେ ପ୍ରଜନନ କରୁଥିବାର ଦୃଷ୍ଟାନ୍ତ ଖୁବ୍ କମ୍ । ଆଉ ଏଭଳି ବିରଳ ପକ୍ଷୀଙ୍କ ବଂଶବିସ୍ତାର ପାଇଁ ବେଶ ଯତ୍ନବାନ ହୋଇପଡ଼ିଛନ୍ତି ପକ୍ଷୀ ପ୍ରେମୀ ।