ଦୁଷ୍କର୍ମରୁ ରକ୍ଷା କରିବ ସେନ୍ସର୍ ! ଜବରଦସ୍ତ ସ୍ପର୍ଶ କରୁ କରୁ ବାଜି ଉଠିବ ସାଇରନ୍ . . ଭାରତୀୟ ବୈଜ୍ଞାନିକ ନିଆରା ଉଦ୍ଭାବନ

83

ଦିନକୁ ଦିନ ବଢି ଚାଲିଛି ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ପରି ଘଟଣା । ଏହି ସବୁ ଘଟଣାକୁ ଆଖି ଆଗରେ ରଖି ଆମେରିକାରେ କାର୍ଯ୍ୟରତ ଭାରତୀୟ ବୈଜ୍ଞାନିକ ମନୀଷା ମୋହନ ଏକ ସେନ୍ସର୍ ନିର୍ମାଣ କରିଛନ୍ତି । ଏହି ସେନ୍ସରକୁ ପିନ୍ଧା କପଡାର ଯେକୌଣସି ସ୍ଥାନରେ ଲଗାଯାଇ ପାରିବ । ଯଦି କେହି ଜବରଦସ୍ତ କରିବାକୁ ଚେଷ୍ଟା କରେ ତେବେ ଏହି ସେନ୍ସର ଜୋରରେ ଶବ୍ଦ କରିବ । ଫଳରେ ଆଖ ପାଖ ଲୋକଙ୍କୁ ଏନେଇ ସୂଚନା ମିଳିଯିବ ।

ଏହି ସେନ୍ସରଟି ଏକ ଷ୍ଟିକର୍ ପରି । ପିନ୍ଧା ପୋଷାକର ଯେକୌଣସି ସ୍ଥାନରେ ଏହାକୁ ଲଗାଇପାରିବେ । ଏହି ସେନ୍ସରରେ ହାଇଡ୍ରୋସିଲ୍ ଜେଲ୍ ଲାଗିଥାଏ । ଯଦି କେହି ଏହି ଜେଲ୍ ଲାଗିଥିଲା ପୋଷାକକୁ ବଳ ପୂର୍ବକ ଖୋଲିବାକୁ ଚେଷ୍ଟା କରିବ ତେବେ ଏହି ଲେୟାର୍ କ୍ରିୟାଶୀଳ ହୋଇଯିବ । ଫଳରେ ବ୍ଲୁ ଟୁଥ୍ ସିଗନାଲ୍ ସାହାଯ୍ୟରେ ସଙ୍ଗେ ପୀଡିତାଙ୍କ ଫୋନକୁ ଏକ ସିଗନାଲ୍ ଚାଲିଯିବ । ଏହା ଦ୍ୱାରା ଜୋରରେ ଶବ୍ଦ ହେବା ସହ ଆଖ ପାଖ ଲୋକଙ୍କୁ ଜଣାପଡିଯିବ ।

କିପରି କାମ କରିବ ସେନ୍ସର :
ସେନ୍ସରଟି ଦୁଇଟି ମୋଡରେ କାମ କରିବ । ଆକ୍ଟିଭ୍ ମୋଡ ଏବଂ ପାସିଭ୍ ମୋଡ । ପାସିଭ୍ ମୋଡରେ ମହିଳା ବା ଯୁବତୀ ଜଣକ ସଚେତ ଥିବା ଜଣାପଡିଥାଏ । ଯଦି ଯୁବତୀ ଜଣକ କିଛି ବିପଦ ଅନୁଭବ କରିଥାନ୍ତି ତେବେ ବଟନକୁ ଦବାଇବା ଦ୍ୱାରା ସେନ୍ସରର ଶବ୍ଦ ଆଖ ପାଖ ଲୋକଙ୍କୁ ସୂଚନା ଦେଇଥାଏ ।

ସେହିପରି ଆକ୍ଟିଭ୍ ମୋଡରେ ଯଦି କେହି ବଳପୂର୍ବକ ପୋଷାକ ଖୋଲିଲେ ସିଗନାଲ୍ ପୀଡିତାଙ୍କ ମୋବାଇଲକୁ ଯାଇଥାଏ । ଯଦି ପିଡୀତା ଜଣକ ୩୦ସେକେଣ୍ଡ ଭିତରେ ପ୍ରତିକ୍ରିୟା ବା ଜବାବ୍ ନଦିଅନ୍ତି ତେବେ ସେନ୍ସର ଫୋନକୁ ଏକ ସିଗନାଲ୍ ଦେବା ସହ ଜୋରରେ ଶବ୍ଦ କରିବା ଆରମ୍ଭ କରିଥାଏ । ଯଦି ଶବ୍ଦ ହେବାର ୨୦ସେକେଣ୍ଡ୍ ମଧ୍ୟରେ ପାସୱାଡ୍ ଦେଇ ସ୍ମାର୍ଟଫୋନକୁ ବନ୍ଦ ନକରନ୍ତି ତେବେ ସାଙ୍ଗେ ସାଙ୍ଗେ ପୀଡିତାଙ୍କ ସାଙ୍ଗ ଏବଂ ପରିବାର ଲୋକଙ୍କୁ ସନ୍ଦେଶ ଚାଲିଯିବ । ଏହିପରି ଭାବରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଭଳି ଘଟଣାରୁ ନିଜକୁ ବଂଚାଇପାରିବେ ମହିଳା ।

ଉଲ୍ଲେଖଯୋଗ୍ୟ, ମନୀଷା ଆମେରିକାର ଏମଆଇଟିରେ କାର୍ଯ୍ୟକରନ୍ତି । ଏହା ପୂର୍ବରୁ ମଧ୍ୟ ମନୀଷ ଏଭଳି ଏକ ଅନ୍ତଃବସ୍ତ୍ର ନିର୍ମାଣ କରିଥିଲେ ଯାହା ଦୁଷ୍କର୍ମ କରିବାକୁ ଚେଷ୍ଟା ସମୟରେ ଅଭିଯୁକ୍ତକୁ ବିଜୁଳି ଝଟକା ଦେଇଥାଏ । କାରଣ ଏଥିରେ ଏକ ଇଲେକ୍ଟିକ୍ ସେନ୍ସର୍ ଲାଗିଥାଏ ଯାହା କେବଳ ସେତିକିବେଳ ଆକ୍ଟିଭ୍ ହୋଇଥାଏ ଯେତେବେଳେ ଏହା ଉପରେ କୌଣସି ଅସ୍ୱଭାବିକ ଚାପ ପଡିଥାଏ ।