ଟ୍ରେନରେ ଖାଦ୍ୟ ସାମଗ୍ରୀ କିଣିବାକୁ ନେଇ ଆପଣଙ୍କୁ ଆଉ ଭୋଗିବାକୁ ପଡିବନି ସମସ୍ୟା ! ଖୁବଶୀଘ୍ର ଲାଗୁହେବ କ୍ୟାସଲେସ ସେବା ।

47
ଭାରତୀୟ ରେଳବାଇ ଉନ୍ନତି ଆଡକୁ ଅଗ୍ରସର ହେଉଥିବା ବେଳେ ଏବେ ଆଉ ଏକ ପାଦ ଆଗକୁ ବଢିଛି । ରେଳରେ ଯାତ୍ରା କରିବା ସମୟରେ ସାଧାରଣତଃ ଆମେ ଅନେକ ଖାଦ୍ୟ ପଦାର୍ଥ କିଣିଥାଉ । ଏପରିକି ପାଖରେ ଖୁଚୁରା ନଥିଲେ ଖାଦ୍ୟ ଜିନିଷ କିଣି ନପାରି ଭୋକରେ ରହିବାକୁ ପଡେ । କିନ୍ତୁ ଆପଣଙ୍କୁ ଆଉ ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ରେଳବାଇ ଏବେ ଟ୍ରେନରେ ମଧ୍ୟ କ୍ୟାସଲେସ ସୁବିଧା ଉପଲବ୍ଧ କରାଇବାକୁ ଯାଉଛି । ଯେଉଁଥିରେ ଯାତ୍ରୀମାନଙ୍କୁ ରେଳରେ ଯାତ୍ରା କରିବା ସମୟରେ ଖାଦ୍ୟ ପାନୀୟ ସାମଗ୍ରୀ କିଣିବା ଅତ୍ୟନ୍ତ ସହଜ ହୋଇପାରିବ । ରାଜଧାନୀ ଟ୍ରେନ ଗୁଡିକରେ ଏହାର ଆରମ୍ଭ ହୋଇସାରିଲାଣି । ଏବଂ ଖୁବ ଶୀଘ୍ର ଏହି ସୁବିଧା ସାଧାରଣ ଟ୍ରେନରେ ମଧ୍ୟ ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ ।
ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ, ଟ୍ରେନରେ ଯାତ୍ରା କରିବା ସମୟରେ ଯେଉଁ ଯାତ୍ରୀମାନେ ଚାହା, କଫି, ଏବଂ ଖାଦ୍ୟ ପାନୀୟ ସାମଗ୍ରୀ କିଣିବାକୁ ଚାହୁଁଛନ୍ତି କିନ୍ତୁ ଖୁଚୁରା ଅଭାବରୁ ସେମାନେ ତାହା କିଣିପାରୁନାହାନ୍ତି । ଯାତ୍ରୀମାନଙ୍କର ଏଭଳି ଅସୁବିଧାକୁ ନଜରରେ ରଖି ରେଳବାଇ ଟ୍ରେନରେ କ୍ୟାସଲେସ ସୁବିଧା ଉପଲବ୍ଧ କରାଇବାର ନିଷ୍ପତ୍ତି ନେଇଛି ।
ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଡେବିଟ କାର୍ଡ ଏବଂ କ୍ରେଡିଟ କାର୍ଡ ମାଧ୍ୟମରେ ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇପାରିବେ । ଏହା ଦ୍ୱାରା ଯାତ୍ରୀମାନଙ୍କ ପାଖରେ ନଗଦ ଟଙ୍କା ନଥିଲେ ମଧ୍ୟ ସେମାନେ କାର୍ଡ ବ୍ୟବହାର କରି ଖାଦ୍ୟ ପାନୀୟ ସାମଗ୍ରୀ କିଣିପାରିବେ । ବାରାଣାସୀ ରେଳଖଣ୍ଡର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସଞ୍ଜୟ ଯାଦବ କହିଛନ୍ତି ଯେ, ଏହି ବ୍ୟବସ୍ଥା ରାଜଧାନୀ ଟ୍ରେନ ଗୁଡିକରେ ଉପଲବ୍ଧ କରାଯାଇ ସାରିଲାଣି । ଏବଂ ଖୁବ ଶୀଘ୍ର ପ୍ୟାଣ୍ଟ୍ରିକାର ଥିବା ରେଳ ଗାଡି ଗୁଡିକରେ ଏହି ସୁବିଧା ଉପଲବ୍ଧ କରାଯିବ । ରେଲୱେ ବୋର୍ଡର ହୋଇଥିବା ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଥିଲା । ଏଥି ପାଇଁ ଭେଣ୍ଡରମାନେ ପିଓଏଏମ ମେସିନ ସାଙ୍ଗରେ ଧରି ସାମଗ୍ରୀ ବିକ୍ରି ପାଇଁ ଯିବେ ।
ଭେଣ୍ଡରମାନେ ଯାତ୍ରୀଙ୍କ ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ :
ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଯାତ୍ରୀମାନେ ପିଓଏଏମ ମେସିନରେ ଭୀମ ଆପ ଏବଂ ପେଟିଏମ୍ ଜରିଆରେ ମଧ୍ୟ ଯାତ୍ରୀ ସାମଗ୍ରୀ କିଣିପାରିବେ । ଏବଂ ପେମେଣ୍ଟ କଲା ପରେ ଆପଣଙ୍କୁ ଏହାର ବିଲ ମଧ୍ୟ ଦିଆଯିବ । ଯାହାକି ଯାତ୍ରୀମାନଙ୍କ ପାଇଁ ଲାଭଦାୟକ ରହିବ । ଭେଣ୍ଡର ଯାତ୍ରୀମାନଙ୍କ ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ ।
ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାକୁ ୨୬ଟି ଟ୍ରେନରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ସଫଳ ହେବାରୁ ଏହାର ସୁବିଧା ପେଣ୍ଟ୍ରିକାର ଥିବା ରେଳଗାଡିରେ ମଧ୍ୟ ଯୋଗାଇ ଦିଆଯିବ । ଏହା ସହ ଯେଉଁ ଭେଣ୍ଡର ଏହି ନିୟମର ପାଳନ ନକରିବେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ ।