ଟ୍ରାକରେ ଦୌଡିଲା ଟ୍ରେନ-୧୮! ଇଞ୍ଜିନ ବିହୀନ ଟ୍ରେନର ହେଲା ସଫଳ ପରୀକ୍ଷଣ ।

115

ଇଞ୍ଜିନ୍ ବିହୀନ ଟ୍ରେନର ହେଲା ସଫଳ ପରୀକ୍ଷଣ । ଟ୍ରାକ୍ରେ ଘଂଟା ପ୍ରତି ୧୮୦ କିମି ବେଗରୁ ଅଧିକ ବେଗରେ ଦଉଡିଛିି ‘ଟ୍ରେନ୍-୧୮’ । ଘଂଟା ପିଛା ଏହି ଟ୍ରେନ୍ ୧୬୦ କିମି ବେଗରେ ଗତି କରିବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଟ୍ରେନଟି ରେକର୍ଡ ଭାଙ୍ଗି ୧୮୦ କିମି ବେଗରେ ଗତି କରିଛି । କୋଟା- ସାୱାର ମାଧେପୁର ଷ୍ଟେସନରେ ଗତକାଲି ଟ୍ରେନଟି ପରୀକ୍ଷାମୂଳକ ଭାବେ ଚଳାଚଳ ହୋଇଛି ।

୨୦୧୯ ଜାନୁଆରୀରୁ ଏହି ଟ୍ରେନ୍ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଚାଲିବ ବୋଲି ଅନୁମାନ କରାଯାଉଛି । କୁହାଯାଉଛି ଯେ ‘ଟ୍ରେନ୍- ୧୮’ ଘଂଟା ପ୍ରତି ୨୦୦ କିମି ବେଗରେ ଗତି କରିବାର ସାମର୍ଥ୍ୟ ରଖିଛି । କିନ୍ତୁ ଭାରତୀୟ ରେଳ ନେଟୱାର୍କ ସେତିକି ଉନ୍ନତ ଢ଼ଙ୍ଗରେ ବିକଶିତ ନୁହେଁ । ଉଲ୍ଲେଖଯୋଗ୍ୟ, ପ୍ରାରମ୍ଭରେ ମଧ୍ୟ ମୋରଦାବାଦରେ ଏହି ଇଞ୍ଜିନ ବିହୀନ ଟ୍ରେନର ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା । ଘଂଟା ପ୍ରତି ୧୩୦କିମି ବେଗରେ ଏହା ଗତି କରିଥିଲା ।