ରାମସେତୁ ପର୍ଯ୍ୟନ୍ତ ଗଡିବ ଟ୍ରେନ୍ ! ରେଳ ଲାଇନ୍ ନିର୍ମାଣ ପାଇଁ ମଞ୍ଜୁରୀ ଦେଲେ ସରକାର । 

253

ତାମିଲନାଡୁର ଧନୁଷକୋଡ଼ି ରେଳପଥକୁ  ରାମ ସେତୁ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ରାମ ସେତୁକୁ ଆଦମସ ବ୍ରିଜ୍ ନାମରେ ବି ଲୋକେ ଜାଣନ୍ତି। ରାମେଶ୍ୱରମରୁ ନେଇ ଧନୁଷକୋଡ଼ି ପର‌୍ୟ୍ୟନ୍ତ ୧୮ କିଲୋମିଟରର ଏହି ରେଳ ଲାଇନକୁ ରାମ ସେତୁ ପର୍ଯ୍ୟନ୍ତ  ବଢ଼ାଯିବ ବୋଲି ସୂଚନା ରହିଛି ।

୨୦୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ନୂଆ ରେଳ ଧାରଣା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲ ବି ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଖୁବ୍ ଶୀଘ୍ର ଭାରତୀୟ ରେଳବାଇ ଏହି ପ୍ରକଳ୍ପରେ କାମ ଆରମ୍ଭ କରିବାକୁ ଯାଉଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏହି ପ୍ରକଳ୍ପରେ ଆସନ୍ତା ମାସ ଆରମ୍ଭରୁ କାର୍ଯ୍ୟାରମ୍ଭ ହୋଇପାରେ। ଏ ସଂପର୍କିତ ସବିଶେଷ ତଥ୍ୟ ପ୍ରକାଶ କରାଯିବ। ସରକାର ରେଳ ଲାଇନ୍ ସହିତ ପୋଲ ନିର୍ମାଣ କାର୍ଯ୍ୟକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏହି ପୋଲରେ ୨୫୦ କୋଟି ଖର୍ଚ ହେବ ବୋଲି ବ୍ୟୟ ଅଟକଳ ହୋଇଛି। ଏହି ପୋଲର ଉଚ୍ଚତା ରହିବ ପ୍ରାୟ ୩ ମିଟର ।