ରେଳଯାତ୍ରୀ ମନେ ରଖନ୍ତୁ ୪ଟି ନମ୍ବର ! କୌଣସି ବି ସମସ୍ୟା ହେଲେ ମିନିଟରେ ହୋଇପାରିବ ସମାଧାନ

60

ଭାରତର ଅଧିକାଂଶ ଲୋକ ଯାତାୟତ ପାଇଁ ଟ୍ରେନ ଉପରେ ନିର୍ଭରଶୀଳ । ଭାରତରେ ଯାତାୟତର ଏକ ପ୍ରମୁଖ ମାଧ୍ୟମ ହେଉଛି ଟ୍ରେନ । କାରଣ ଟ୍ରେନ ଯାତ୍ରାରେ ସମୟ ବଞ୍ଚିବା ସହ ଖର୍ଚ୍ଚ ମଧ୍ୟ କମ ହୁଏ । ତେବେ ବର୍ତ୍ତମାନ ସମୟରେ ଚଳନ୍ତା ଟ୍ରେନରେ ଚୋରୀ, ପକେଟମାର,ଅସଦାଚରଣ,ହତ୍ୟା ଆଦି ଖବର ବିଭିନ୍ନ ସମୟରେ ଶୁଣିବା ପାଇଁ ମିଳୁଛି । ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ନିୟମିତି ବ୍ୟବଧାନରେ କିଛି ନାଁ କିଛି ପଦକ୍ଷେପ ନେଉଛି । ଯାତ୍ରୀମାନେ କିପରି ସୁବିଧାରେ ଯିବାଆସିବା କରିବେ ସେନେଇ ରେଳବାଇ ସଜାଗ ଥାଏ । ତେବେ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମଧ୍ୟ ସଚେତନ ହେବା ଜରୁରୀ ।

trainଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ରେଳବିଭାଗର କିଛି ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଅଧିକାଂଶ ଯାତ୍ରୀ ନିୟମ ଜାଣିନଥିବାରୁ ଅନେକ ସମୟରେ ହଇରାଣ ପଡ଼ନ୍ତି । ରେଳ ବିଭାଗର ଏପରି କିଛି ନିୟମ ରହିଛି ଯାହା ଯାତ୍ରୀ ମାନେ ଜାଣିବା ଆବଶ୍ୟକ । ଯଦ୍ୱାରା ଅଳ୍ପ ସମୟ ମଧ୍ୟରେ ହିଁ ଯାତ୍ରୀଙ୍କ ସମସ୍ୟାର ସମାଧାନ ହେବ । ରେଳ ଟିକେଟ କଲା ସମୟରେ ଯଦି କେହି ଲାଞ୍ଚ ଦାବି କରେ କିମ୍ବା ଟିକେଟ କନଫର୍ମ ନକରେ, ତେବେ ଚିନ୍ତା କିଛି ନମ୍ବର ଡାଏଲ କରି ହିଁ ଆପଣଙ୍କ ସମସ୍ୟାର ସମାଧାନର ହୋଇଯିବ ।

ୱେଟିଂ ଟିକଟ କନଫର୍ମ କରିବା ପାଇଁ ଓ ଅନ୍ୟ ସେବା ପାଇଁ ରେଳବାଇ କର୍ମଚାରୀ ଓ ଟିଟିଇ ଟଙ୍କା ଦାବି କଲେ ଯାତ୍ରା ସମୟରେ ରେଳଯାତ୍ରୀ ଅଭିଯୋଗ କରିପାରିବେ । ଭାରତୀୟ ରେଳବାଇ ଦୁର୍ନୀତିମୁକ୍ତ ସେବା ଯୋଗାଇବା ପାଇଁ କିଛି ମୋବାଇଲ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି । ଏହି ପ୍ରକାର କିଛି ଅଭିଯୋଗ ପାଇଁ ଯାତ୍ରୀ ମୋବାଇଲ ହେଲ୍ପଲାଇନ ନମ୍ବର ୧୫୨୨୧୦ ଓ ଭିଜିଲାନ୍ସ ହେଲ୍ପ ଲାଇନ୍ ନମ୍ବର ୯୭୧୭୬୩୮୮୯୨, ୯୮୬୮୧୭୫୬୩୧ ଡାଏଲ କରିପାରିବେ । ଏହାସହ ରେଳବାଇ ଖାଦ୍ୟପେୟ ସମ୍ମନ୍ଧିତ ଅଭିଯୋଗ ପାଇଁ ସର୍ବଭାରତୀୟ ହେଲ୍ପ ଲାଇନ୍ ନମ୍ବର ୧୪୮ ରେ ସମ୍ପର୍କ କରିପାରିବେ ।