ଗାନ୍ଧୀ ଜୟନ୍ତୀରେ ‘ଶାକାହାରୀ ଦିବସ’ ପାଳନ କରାଯିବନି, ସ୍ପଷ୍ଟ କଲା ରେଳବାଇ

53

୨ ଅକ୍ଟୋବରକୁ କେବଳ ଶାକାହାରୀ ଭୋଜନ ପରଷିବା ଯୋଜନାର ବିବାଦୀୟ ଆଲୋଚନାରେ ଫସିବା ପରେ ଭାରତୀୟ ରେଳବାଇ ମହାତ୍ମା ଗାନ୍ଧୀ ଜୟନ୍ତୀରେ ଶାକାହାରୀ ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ନେଇଛି । ଭାରତୀୟ ରେଳ ଖାଦ୍ୟପାନୀୟ ଏବଂ ପର୍ଯ୍ୟଟନ ନିଗମ(ଆଇଆରସିଟିସି)କୁ ରେଳବାଇ ବୋର୍ଡ ନିର୍ଦ୍ଦେଶ ଦେଇଛି କି, ୨ ଅକ୍ଟୋବର ଯାତ୍ରୀଙ୍କ ପାଇଁ ପୂର୍ବ ଭଳି ମାସାଂହାରୀ ଖାଇବାର ଅପ୍ସନ ମଧ୍ୟ ଉପଲବ୍ଧ ରଖାଯିବ । ଏହା ପୂର୍ବରୁ ମେ’ ମାସରେ, ରେଳବାଇ ସମସ୍ତ ଜୋନ୍ ଗୁଡିକୁ ଏହି ଦିନ ମହାତ୍ମା ଗାନ୍ଧୀଙ୍କ ପ୍ରତି ସମ୍ମାନ ଭାବେ ‘ଶାକାହାରୀ ଦିବସ’ ଭାବେ ପାଳନ କରିବାକୁ ଆଦେଶ ଦେଇଥିଲା । ମହାତ୍ମା ଗାନ୍ଧୀଙ୍କୁ ଶାକାହାରୀ ପାଇଁ ଭାରତର ଆମ୍ବାସେଡର କୁହାଯାଏ ।

ପତ୍ରରେ ଲେଖାଯାଇଛି କି, ଏହି ମାମଲାରେ ବୋର୍ଡ କାର୍ଯ୍ୟାଳୟ ପରୀକ୍ଷଣ କରିଛି ଓ ସକ୍ଷମ ପ୍ରାଧିକରଣ ନିର୍ଦ୍ଧାରିତ କରିଛି କି ଶାକାହାରୀ/ମାଂସାହାରୀ ଭୋଜନର ବିକଳ୍ପ, ଯାହା ପୂର୍ବରୁ ଟ୍ରେନ୍ ଗୁଡିକରେ ଉପଲବ୍ଧ ଅଛି, ପୂର୍ବ ଭଳି ଜାରି ରହିବ । ମେ’ ରେ ଜାରି ହୋଇଥିବା ନୋଟିସ୍ ରେ ବୋର୍ଡ ପ୍ରସ୍ତାବ ରଖିଥିଲା କି ୨ ଅକ୍ଟୋବର, ୨୦୧୮, ୨୦୧୯ ଓ ୨୦୨୦ରେ ପୂର୍ଣ୍ଣ ଶାକାହାରୀ ଦିବସ ଭାବେ ପାଳନ କରାଯାଇପାରିବ ଓ ଏହି ଦିନ ଭାରତୀୟ ରେଳବାଇ ପରିସରରେ କୈାଣସି ସ୍ଥାନରେ ମାଂସାହାରୀ ଖାଦ୍ୟ ପରଷା ଯିବନି । ରେଳବାଇ କହିଥିଲା, ‘ସମସ୍ତ ରେଳବାଇ କର୍ମଚାରୀ ସେହି ଦିନକୁ ଶାକାହାରୀ ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରାଯିବ ।’