ଘାଟିରୁ ୩୭୦ ଧାରା ଉଚ୍ଛେଦ ପରେ ସ୍ୱାଭାବିକ ହେଉଛି ସ୍ଥିତି : ୩ମାସ ପରେ ଗଡ଼ିଲା ଟ୍ରେନ, ଅଗଷ୍ଟ ୫ ତାରିଖରୁ ବନ୍ଦ ଥିଲା ରେଳସେବା

292

କନକ ବ୍ୟୁରୋ : ୩ମାସ ପରେ କାଶ୍ମୀର ଘାଟିରେ ସ୍ୱାଭାବିକ ହେଲା ରେଳ ଚଳାଚଳ । ୩ମାସ ପର୍ଯ୍ୟନ୍ତ ବନ୍ଦ ଥିବା ଏହି ରେଳସେବା ଆଜିଠାରୁ ଚାଲୁ ହୋଇଛି । ଜାମ୍ମୁ କାଶ୍ମରୀରେ ଧାରା  ୩୭୦ ହଟିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ସେବା ବନ୍ଦ କରାଯାଇଥିଲା । କାଶ୍ମୀରର ଡ଼ିଭିଜନଲ କମିଶନର ବଶିର ଅହମଦ ଖାନ ରେଳ ଧାରଣା ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତିନି ଦିନ ଭିତରେ ରେଳ ଯାଂଚ ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଥିଲା ପରେ ଆଜି ରେଳ ସେବା କାର୍ଯ୍ୟକାରୀ ହୋଇଛି ।

ନଭେମ୍ବର ୧୦ ତାରିଖରେ ଟ୍ରେନକୁ ଟ୍ରାଏଲ ରନ ପାଇଁ ଅନୁମତି ଦିଆଯାଇଥିଲା । ୧୧ ନଭେମ୍ବର ଭିତଦରେ ରେଳ ସେବା କାର୍ଯ୍ୟକାରୀ କରାଯାଇଛି । ଅଗଷ୍ଟ ପାଂଚ ତାରିଖରେ ଉତର କାଶ୍ମୀର ବାରମୁଲରୁ ଦକ୍ଷିଣ କାଶ୍ମୀର ବନିହାଲ ରେଳ ସେବା ବନ୍ଦ କରାଯାଇଥିଲା ।

ସେପଟେ ଆଜି ଜମ୍ମୁ କାଶ୍ମୀରରେ ଖୋଲିଛି ସ୍କୁଲ, କଲେଜ । ଅଯୋଧ୍ୟା ନିଷ୍ପତିକୁ ଦୃଷ୍ଟିରେ ରଖି ବନ୍ଦ କରାଯାଇଥିଲା ସ୍କୁଲ, କଲେଜ । ହେଲେ ଆଜି କିଛି ସ୍ଥାନରେ ସ୍କୁଲ,କଲେଜ ଖୋଲା ଯାଇଛି । ଅନ୍ୟ କିଛି ସ୍ଥାନରେ ଏବେବି ବିଦ୍ୟାଳୟ ବନ୍ଦ ରଖାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବ ବୋଲି କହିଛନ୍ତି ଡ଼ିଭିଜନାଲ କମିଶନର ସଂଜୟ ବର୍ମା । ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା କହିଛନ୍ତି । ସେପଟେ କିଛି ସ୍କୁଲ ବନ୍ଦ ପରେ ପିଲାମାନେ ଆଜି ବିଦ୍ୟାଳୟ ଯାଇଥିବା ଦେଖିବାକୁ ମିଳିଛି ।