ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ । ରେଳଷ୍ଟେସନରେ ସାମାଜିକ ଦୂରତାକୁ ମାନି ଦିଲ୍ଲୀ ଗଲେ ଯାତ୍ରୀ

ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ

235

କନକ ନ୍ୟୁଜ: ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ । ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ବାହାରିଛି ସ୍ୱତନ୍ତ୍ର ଟ୍ରେନ । ଦିଲ୍ଲୀ ଯିବାପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଗାଇଡଲାଇନ ଅନୁସାରେ ଲୋକେ ସାମାଜିକ ଦୂରତା ରକ୍ଷା କରି ଟ୍ରେନରେ ଯାତ୍ରା କରୁଛନ୍ତି

ସେପଟେ ନୂଆଦିଲ୍ଲୀରୁ ଆସନ୍ତାକାଲି ପ୍ରଥମ ଟ୍ରେନ ଭୁବନେଶ୍ୱର ଆସିବ । ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଂଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମାଜିକ ଦୂରତା ମାନିବେ । ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ୱ ସୁବିଧାରେ ରହିବେ । ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଂଜିକରଣ ବାଧ୍ୟତାମୂଳକ କରାଯାଇଛି