ଭାରତୀୟ ରେଳବାଇର ବଡ ପଦକ୍ଷେପ ! ସାରା ଦେଶରେ ପ୍ରଚଳନ କରିବ ୨୦୦ରୁ ଅଧିକ ନୂଆ ଲାଇନ ।

31

ଏବେ ବିଭିନ୍ନ ସ୍ତରରେ ନିର୍ମାଣାଧୀନ ଥିବା କେତେକ ନୂତନ ରେଳ ଲାଇନକୁ କାର୍ଯ୍ୟକ୍ଷମ କରିବ ଭାରତୀୟ ରେଳବାଇ । ପ୍ରତ୍ୟେକ ରାଜ୍ୟରେ କାର୍ଯ୍ୟକ୍ଷମ ହେବାକୁ ଥିବା ନୂତନ ରେଳ ଲାଇନ୍ ସମ୍ପର୍କରେ ଗୁରୁବାର ଦିନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରେଳବାଇ ରାଷ୍ଟ୍ରମନ୍ତ୍ରୀ ରାଜେନ ଗୋହେନ୍ ସୂଚନା ଦେଇଛନ୍ତି ।

ରେଳବାଇ ପ୍ରକଳ୍ପର ସମାପ୍ତି ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରାଳୟଗୁଡ଼ିକର ବିଭିନ୍ନ ବିଭାଗରୁ ଅନୁମୋଦନ ଆବଶ୍ୟକ କରିଥାଏ । ଏଥିପାଇଁ ଜମି ଅଧିଗ୍ରହଣ, ଆରଣ୍ୟକ ଓ ବନ୍ୟପ୍ରାଣୀ ଆଦି ବିଭାଗରୁ ବୈଧାନିକ ଅନୁମୋଦନ ଲୋଡ଼ା ହୋଇଥାଏ । ନୂତନ ଲାଇନ୍ ପାଇଁ ନିଷ୍ପତ୍ତି ବାର୍ଷିକ ରେଳବାଇ ବଜେଟରେ ନିଆଯାଇଥାଏ ।

ଆସାମ ଓ ଉତ୍ତରପୂର୍ବାଞ୍ଚଳ ଅଞ୍ଚଳରେ-୧୫

ଆନ୍ଧ୍ର ପ୍ରଦେଶ: ୧୮

ବିହାର: ୩୪

ଛତିଶଗଡ଼: ୮

ଦିଲ୍ଲୀ: ୧

ଗୁଜରାଟ: ୪

ହରିୟାଣା: ୭

ହିମାଚଳ ପ୍ରଦେଶ: ୪

ଜମ୍ମୁ ଓ କଶ୍ମୀର: ୧

ଝାଡ଼ଖଣ୍ଡ: ୧୪

କର୍ଣ୍ଣାଟକ: ୧୬

କେରଳ: ୨

ମଧ୍ୟ ପ୍ରଦେଶ: ୮

ମହାରାଷ୍ଟ୍ର: ୧୨

ଓଡ଼ିଶା: ୧୦

ପଞ୍ଜାବ: ୬

ରାଜସ୍ଥାନ: ୧୦

ତେଲେଙ୍ଗାନା: ୯

ତାମିଲନାଡୁ: ୮

ଉତ୍ତର ପ୍ରଦେଶ: ୧୫

ଉତ୍ତରାଖଣ୍ଡ: ୩

ପଶ୍ଚିମବଙ୍ଗ: ୧୮