ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ! ରେଲୱେରେ ବାହାରିବ ୧ ଲକ୍ଷ ୩୦ ହଜାର ପଦବୀ, ରେଳମନ୍ତ୍ରୀ କଲେ ବଡ ଘୋଷଣା

44

ଚାକିରୀ ଆଶାୟୀ ଯୁବକଙ୍କ ପାଇଁ ଖୁସିଖବର । ଭାରତୀୟ ରେଳ ବିଭାଗ ୧ ଲକ୍ଷରୁ ଅଧିକ ପଦବୀ ପାଇଁ କିଛି ଦିନ ପୂର୍ବେ ବିଜ୍ଞପ୍ତି ପ୍ରକାଶ କରିଥିଲା । ଯାହାର ପରୀକ୍ଷା ଆଗାମୀ ମାସରେ ହେବାକୁ ଯାଉଛି । ତେବେ ଏସବୁ ଭିତରେ ପୁଣିଥରେ ୧ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି ରେଳ ବିଭାଗ । କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ସୂଚନା ଦେଇଛନ୍ତି ।

ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୀୟୁଷ ଗୋଏଲ କହିଛନ୍ତି, ଖୁବଶୀଘ୍ର ୧,୩୦,୦୦୦ ପଦରେ ନିଯୁକ୍ତି ଦିଆଯିବ । ଆଉ ଏଥିପାଇଁ କେବଳ କମ୍ପ୍ୟୁଟର ଟେଷ୍ଟ କରାଯିବ ଓ ବିନା ଇଣ୍ଟରଭ୍ୟୁରେ ନିଯୁକ୍ତି ଦିଆଯିବ । ଏହାଛଡା ଆରପିଏଫ ନିଯୁକ୍ତି ପରିବର୍ତ୍ତନ ହୋଇଥିବା ନିୟମ ସର୍ମ୍ପକରେ ମଧ୍ୟ ସୂଚନା ଦେଇଛନ୍ତି ରେଲୱେ ପୋଲିସ ଫୋର୍ସରେ ପାଖାପାଖି ୯୫୦୦-୧୦୦୦୦ ଯବାନଙ୍କୁ ନିଯୁକ୍ତି ଦିଆଯିବ । ଯେଉଁଥିରେ ୫୦ ପ୍ରତିଶତ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।

ଏହାପୂର୍ବରୁ ରେଲୱେର ଗ୍ରୁପ ସି ଓ ଗ୍ରୁପ ଡି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିପାଇଁ ପାଖାପାଖି ୨ କୋଟି ଯୁବକ ଓ ଯୁବତୀ ମାନେ ଆବେଦନ କରିଥିଲେ । ପ୍ରଥମେ ୯୦ ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ପରେ ବଢାଇ ଦିଆଯାଇଥିଲା