ଏଣିକି ଟ୍ରେନ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ଖାଦ୍ୟ ! ରେଳମନ୍ତ୍ରୀ କଲେ ବଡ ଘୋଷଣା ।

29

ଯାତ୍ରୀ ମାନଙ୍କର ସୁବିଧା ପାଇଁ ଭାରତୀୟ ରେଳବାଇ କ୍ରମାଗତ ଭାବେ ନୂଆ ନୂଆ ସୁବିଧା ଉପଲବ୍ଧ କରାଉଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର କହିଛନ୍ତି ଯେ, ରେଳବାଇ ପକ୍ଷରୁ ସମୟନୁବର୍ତ୍ତିତା, ସ୍ୱଚ୍ଛତା ଏବଂ କ୍ୟାଟରିଙ୍ଗ ଉପରେ ବାରମ୍ବାର ଧ୍ୟାନ ଦିଆଯାଉଛି । ସେ କହିଛନ୍ତି ଯେ, ଏହି ତିନୋଟି ମାମଲାରେ ସାତୋଟି ଜୋନରେ ରିଭ୍ୟୁ ପୁରା କରାଯାଇଛି । ଖୁବ ଶୀଘ୍ର ଏହି ସମସ୍ତ ବ୍ୟବସ୍ଥାରେ ଉନ୍ନତ୍ତି ପରିଲକ୍ଷିତ ହେବ । ରେଳମନ୍ତ୍ରୀ କହିଛନ୍ତି ଯେ, ସମୟାନୁବର୍ତ୍ତିତା ପାଇଁ କୌଣସି ପ୍ରକାର ସୁରକ୍ଷା ସହ ବୁଝାମଣା କରାଯିବ ନାହିଁ ।

ରେଳମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛତା ବଢାଇବାରେ ରେଳବାଇର ପ୍ରମୁଖ ଭୂମିକା ରହିବ । ଏବଂ ଯାତ୍ରୀମାନଙ୍କୁ ମଧ୍ୟ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେତନ କରାଯିବ । ତେବେ ଏଥି ମଧ୍ୟରେ ରେଳବାଇ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଯଦି ଖାଇବା ସମୟରେ ଟ୍ରେନ ବିଳମ୍ବ ହୁଏ ତେବେ ସମ୍ପୃକ୍ତ ଯାତ୍ରୀମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟର ବ୍ୟବସ୍ଥା ରେଳବାଇ ପକ୍ଷରୁ କରାଯିବ । ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସରୁ ରେଳବାଇ ପକ୍ଷରୁ ରାଜଧାନୀ ଏବଂ ଦୁରନ୍ତ ଏକ୍ସପ୍ରେସ ଟ୍ରେନ ବିଳମ୍ବ ହେବା ଦ୍ୱାରା ଯାତ୍ରୀମାନଙ୍କୁ ପାଣି ବୋତଲ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏବଂ ଏହି ପାଣି ବୋତଲ ଯାତ୍ରୀମାନଙ୍କୁ ସମ୍ପୃର୍ଣ୍ଣ ମାଗଣାରେ ଉପଲବ୍ଧ କରାଯାଉଛି ।