ରେଳଯାତ୍ରୀ ଦୟାକରି ଧ୍ୟାନ ଦିଅନ୍ତୁ ! ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ମାଗଣାରେ ମିଳୁଥିବା ଏହି ରେଳ ସେବା

43

ଭାରତୀୟ ରେଳବାଇ ସେପ୍ଟେମ୍ବର ୧ରୁ ଅନଲାଇନ ଟିକେଟ୍ ବୁକ୍ କରୁଥିବା ଲୋକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଆସନ୍ତା ମାସରେ ରେଳବାଇ ମାଗଣାରେ ମିଳୁଥିବା ଏକ ସେବା ବନ୍ଦ କରିଦେବ । ପ୍ରକୃତରେ ଯେତେବେଳେ ବି ଆପଣ ଭାରତୀୟ ରେଳବାଇର ଅନଲାଇନ ପ୍ଲାଟଫର୍ମ irctc.co.in  ରୁ କୈାଣସି ଟିକେଟ୍ ବୁକିଂ କରୁଛନ୍ତି, ତେବେ ଆପଣଙ୍କୁ ଏକ ଯାତ୍ରା ବୀମା ବି ମିଳେ । କିନ୍ତୁ ରେଲୱେ ଏବେ ଆପଣଙ୍କୁ ଏହା ଦବନି ।

ଭାରତୀୟ ରେଳବାଇ ମୁତାବକ ସେପ୍ଟେମ୍ବର ୧ ଠାରୁ ବୀମା ନେବାର ଅଛି ନା ନାହିଁ, ଏହା ସଂପୂର୍ଣ୍ଣ ଭାବେ ଆପଣଙ୍କ ଉପରେ ନିର୍ଭର କରେ । ରେଲୱେର କହିବା ମୁତାବକ, ଇ-ଟିକେଟ୍ ବୁକ୍ କରୁଥିବା ପାସେଂଜର ପାଇଁ ଯାତ୍ରା ବୀମା ଇଚ୍ଛାକୃତ ରହିବ । ଏହାର ଅର୍ଥ ୧ ସେପ୍ଟେମ୍ବରରୁ ଆପଣ ଯେଉଁ ଟିକେଟ ବି ବୁକ୍ କରିବେ ଆପଣଙ୍କୁ ଆପ୍ଟ ଇନ୍(ଦରକାର) ଓ ଆପ୍ଟ ଆଉଟ୍(ଦରକାର ନାହିଁ) । ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛିବାକୁ ପଡିବ । ସେହି ହିସାବରେ ଆପଣଙ୍କୁ ପ୍ରିମିୟମର ମାତ୍ରା ମଧ୍ୟ ଭରିବାକୁ ପଡିବ ।

ଡିଜିଟାଲ ଟ୍ରାଂନଜକ୍ସନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଡିସେମ୍ବର ୨୦୧୭ରେ ମାଗଣା ବୀମା ଦେବାର ସୁବିଧା ଆଣିଥିଲା । କିନ୍ତୁ ଏବେ ଏହି ସୁବିଧା ପାଇଁ ପ୍ରିମିୟମ ଦେବାକୁ ପଡ଼ିପାରେ । କିନ୍ତୁ ପ୍ରିମିୟମ ମୂଲ୍ୟ କେତେ ହେବ ତାହା ନିର୍ଦ୍ଧାରିତ କରାଯାଇନାହିଁ ।