ଭାରତୀୟ ରେଳବାଇର ମହିଳାଙ୍କୁ ଉପହାର : ସମସ୍ତ ଏକ୍ସପ୍ରେସ ଟ୍ରେନରେ ମହିଳାଙ୍କୁ ମିିଳିବ ଏହି ସ୍ୱତନ୍ତ୍ର ସୁବିଧା ।

83

ଭାରତୀୟ ରେଳବାଇ ଲଗାତାର ପ୍ଲାଟଫର୍ମର ଆଧୁନିକୀକରଣ କରିବା ସହ ଜନସାଧାରଣଙ୍କ ପାଇଁ ଟ୍ରେନରେ ଯାତ୍ରା କରିବା ସୁବିଧାଜନକ କରୁଛି । ଏହି ଦିଗରେ ଭାରତୀୟ ରେଳ ବିଭାଗ ମହିଳାମାନଙ୍କ ପାଇଁ ଖାସ ଉପହାର ନେଇ ଆସିଛିି । ଏସି,ଏକ୍ସପ୍ରେସ ଓ ମେଲ ଟ୍ରେନରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ସିଟ ହାସଲ କରିବା ପାଇଁ ଆଉ ଖୋଜିବାକୁ ପଡିବ ନାହିଁ । ବାସ୍ତବରେ ଭାରତୀୟ ରେଳବାଇ ବସ ଭଳି ଟ୍ରେନରେ ମଧ୍ୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସିଟ ବ୍ୟବସ୍ଥା କରିଛି । ଭାରତୀୟ ମହିଳା ଖୁବ ଶୀଘ୍ର ଏହି ସୁବିଧା ପାଇପାରିବେ ।

ରେଳବାଇ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାର ମୁତାବକ ଟ୍ରେନରେ ଏକା ଯାତ୍ରା କରୁଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଏସି, ଏକ୍ସପ୍ରେସ ଓ ମେଲ ଟ୍ରେନରେ ୬ଟି ସିଟ ସରଂକ୍ଷିତ ରହିବ । ସର୍କୁଲାରରେ କୁହାଯାଇଛି କି, ଏହି ସୁବିଧା ମହିଳାଙ୍କ ସେହି ସମୂହକୁ ମଧ୍ୟ ମିଳିବ, ଯାହାର ପିଏନଆର ସମାନ ଥିବ ଓ ତାଙ୍କ ସହିତ କୌଣସି ପୁରୁଷ ନଥିବେ ।

ଭାରତୀୟ ରେଳବାଇ ଏହା ବ୍ୟତୀତ ସ୍ଲିପର କ୍ଲାସରେ ୬ଟି ଲୋୟର ବର୍ଥ ସିଟ ୪୫ ବର୍ଷରୁ ଅଧିକ ବୟସ୍କ ମହିଳା ଓ ଗର୍ଭବତୀ ମହିଳାଙ୍କ ପାଇଁ ସରଂକ୍ଷିତ ରଖିବାର ନିଷ୍ପତ୍ତି ନେଇଛନ୍ତି । ଏହା ହିଁ ନୁହେଁ, ଯଦି ଏହି ସିଟ ପ୍ରଥମ ଚ୍ୟାଟ ସିଟ ତିଆରି ହେବା ପୂର୍ବରୁ ବୁକ ହୋଇ ନଥିବ, ତେବେ ଏଭଳି ସ୍ଥିତିରେ ଉକ୍ତ ସିଟ ସେହି ମହିଳାଙ୍କୁ ମିଳିବ, ଯେଉଁମାନେ ୱେଟିଂ ଲିଷ୍ଟରେ ଥିବେ । ଯଦି ୱେଟିଂ ତାଲିକାରେ କୈାଣସି ମହିଳା ଏକୁଟିଆ ନଥିବେ, ତେବେ ଏହି ସିଟ ବରିଷ୍ଠ ନାଗରିକଙ୍କୁ ଦିଆଯିବ ।

ଏସି କୋଚରେ ତିନୋଟି ଲୋୟର ବର୍ଥ ସିଟ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ ଓ ଗର୍ଭବତୀ ମହିଳାଙ୍କ ପାଇଁ ରହିବ । ଏଠାରେ ଆପଣଙ୍କୁ କହି ରଖୁଛୁ କି, ସ୍ଲିପର କୋଚ ଓ ଏସି କୋଚର ଏହି ସିଟ ଏହି ମହିଳାଙ୍କ ସହିତ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସରଂକ୍ଷିତ ରଖାଯିବ । କିନ୍ତୁ ଏଥିପାଇଁ ଆପଣଙ୍କ ପାଖରେ ସ୍ଲିପର କ୍ଲାସର ଟିକେଟ ଥିବା ଦରକାର ।