ଟ୍ରେନରେ ଯାତ୍ରା କରୁଛନ୍ତି କି? ତେବେ ମନେ ରଖନ୍ତୁ ୧୦ଟି କଥା, ଅସୁବିଧା ସମୟରେ ନିଶ୍ଚୟ କାମଦେବ

185

କନକ ବୁରୋ : ଭାରତୀୟ ରେଳ କଥା କହିଲେ ସମସ୍ତେ ଟିକେ ଧ୍ୟାନର ସହିତ ରେଳ ବିଭାଗର କଥା ଶୁଣିଥାଆନ୍ତି । ତେବେ ଆମେ ଯଦି ଭାରତୀୟ ରେଳ କଥା କହିବା ତେବେ ଏହା ନିଶ୍ଚୟ ଭାବରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ହୋଇଥିବ । ସମସ୍ତେ ଜାଣନ୍ତି ଭାରତରେ ସାଧାରଣ ଭାବରେ ପ୍ରତ୍ୟେକ ଦିନ ୨.୫ କୋଟିରୁ ଅଧିକ ଲୋକ ରେଳରେ ହିଁ ଯାତ୍ରା କରିଥାଆନ୍ତି । ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ ଯଦି ଭାରତରେ ବିଛା ଯାଇଥିବା ରେଳ ଲାଇନକୁ ପୃଥିବୀରେ ଗୁଡାଇ ଦିଆଯାଏ ତେବେ ଏହା ପୃଥିବୀର ଅଢେଇ ଗୁଣା ହେବ ବୋଲି ସେହି ରିପୋର୍ଟରେ କୁହାଯାଇଥିଲା । ତେଣୁ ଭାରତରେ ରେଳ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ତେବେ ଆପଣ ରେଳରେ କେଉଁ ଆଡେ ଯାତ୍ରା କରିବାକୁ ହେଲେ ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ କାଟି ପାରିବେ । ସମସ୍ତ ଟ୍ରେନରେ ଯାତ୍ରାର ୧୨୦ ଦିନ ପୂର୍ବରୁ ଟିକେଟ କରିପାରିବେ । ତେବେ ଏହି ବିଭାଗର ନିୟମ ଅନୁସାରେ ଜଣେ ବ୍ୟକ୍ତି ଏକାଥରକେ ୬ ଜଣଙ୍କ ଲାଗି ଟିକେଟ୍ କରିପାରିବ । ତେବେ ଆପଣଙ୍କ ଇଚ୍ଛା ମୁତାବକ କେଉଁ ଶ୍ରେଣୀରେ ବି ଯାତ୍ରା କରିପାରିବେ ।

ଯାତ୍ରୀମାନଙ୍କୁ ମିଳିଥିବା ପିଏନଆର ନମ୍ବରରୁ ଯାତ୍ରୀମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ପାରିବ । ଯଦି ଆପଣଙ୍କ ପାଖରେ କୈାଣସି ପରିଚୟ ପତ୍ର ନଥିବ ତେବେ ବିନା ଟିକେଟରେ ଆପଣ ଯାତ୍ରା କରୁଛନ୍ତି ବୋଲି ଗ୍ରହଣ କରାଯିବ । ଯାତ୍ରୀମାନେ ଯେକୈାଣସି ପ୍ରମାଣ ପତ୍ର ହେଲେ ଚଳିବ । ଏହା ମଧ୍ୟରେ ପାନକାର୍ଡ, ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନସ, ରାସର୍ନ କାର୍ଡ ଆଦି ରହିଛି । ଏହାସହ ରେଳ ବିଭାଗର ନିୟମ ଅନୁସାରେ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନେ ରାତି ୯ ଟାରୁ ସକାଳ ୬ ପର୍ଯ୍ୟନ୍ତ ନିଜ ନିଜ ସିଟରେ ଶୋଇପାରିବେ ଏବଂ ସକାଳ ୬ ରି ରାତି ପର୍ଯ୍ୟନ୍ତ ବସିବାର ସମୟ ଧାର୍ଯ୍ୟ କରାଯାଇଛି । ଆପଣଙ୍କୁ ମିଳିଥିବା ଟିକେଟରେ ଯେଉଁ ସମୟରେ ଛାଡିବା ଓ ପହଞ୍ଚିବା କଥା ତାହା ପରେ ପରିବର୍ତ୍ତନ କରାଯାଇ ପାରେ । ଯେହେତୁ ଆପଣଙ୍କୁ ୧୨୦ ଦିନ ପୂର୍ବରୁ ଟିକେଟ ମିଳୁଛି ତେଣୁ ଆପଣଙ୍କୁ ଟିକେଟ ମିଳିବା ପରେ ମଧ୍ୟ ଟ୍ରେନର କୈାଣସି ଅସୁବିଧା ହେଲେ ଏହାର ସମୟ ପରିବର୍ତ୍ତନ କରାଯାଇପାରିବ । ତେଣୁ ଆପଣଙ୍କ ଯାତ୍ରା ଦିନ ରେଳ ବିଭାଗକୁ ଯୋଯୋଗ କରି କେଉଁ ସମୟରେ ଛାଡିବ ଓ ପହଞ୍ଚିବ ତାହା ଜାଣିବାର ଆବଶ୍ୟକତା ରହିଛି । ନଚେତ ଆପଣ ରେଳରେ ଯାତ୍ରା କରିବାରେ ଅସୁବିଧାର ସମୁଖୀନ ହୋଇ ପାରନ୍ତି ।

ତେବେ ପୂର୍ବରୁ ଦିଆଯାଇଥିବା ଆରଏସସି ଟିକେଟଧାରୀଙ୍କୁ ବସିବାର ସୁବିଧା ମଧ୍ୟ ଦିଆଯାଇନପାରେ । ତେବେ ରେଳ ଛାଡିବାର କିଛି ସମୟ ପୂର୍ବରୁ ଯଦି କୌଣସି ଯାତ୍ରୀ ଟିକେଟ କ୍ୟାନସଲ କରିଦିଅନ୍ତି ତେବେ ଆରଏସସି ଟିକେଟ ଧୀରୀଙ୍କୁ ବସିବାର ସୁବୁିଧା ମିଳିପାରେ ବୋଲି ବିଭାଗ ପକ୍ଷକୁ ସୂଚନା ମିଳିଛି । ତେବେ ଟ୍ରେନ ଛାଡୁଥିବା ଷ୍ଟେସନରୁ ହିଁ ଆପଣ ତକ୍ରାଳ ଟିକେଟ କରିପାରିବେ । ତେବେ ଏହାକଲେ କିଛି ଟଙ୍କା ଅଧିକ ଦେବାକୁ ପଡିଥାଏ । ଯଦି ରେଳ ଛାଡିବାର ୧୦ ମିନିଟ ପୂର୍ବରୁ ଯାତ୍ରୀମାନେ ନପହଞ୍ଚନ୍ତି ତେବେ ବିଭାଗଲ ସେମାନଙ୍କ ଟିକେଟ କ୍ୟାନସଲ କରିବା ସହ ଅପେକ୍ଷାରେ ଥିବା ଲୋକମାନଙ୍କୁ ଗେଇହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନରେ ଆପଣ ଟିକେଟ କରିପାରିବେ ତେବେ ଆପଣ ମାସକୁ ୬ ଟି ଟିକେଟ କରିପାରିବେ ।

ଯଦି ଆପଣ ନିଜର ଆଇଆରସିଟିସି ଏକାଉଣ୍ଟକୁ ନିଜ ଆଧାର କାର୍ଡସହ ସଂଯୋଗ କରିଛନ୍ତି ତେବେ ଆପଣ ମାସକୁ ୧୨ ଟି ଟିକେଟ ବୁକ କରିପାରିବେ ବୋଲି ଜଣାପଡିଛି । ତେବେ ଯଦି ଆପଣ ଟିକେଟ କରିବା ସମୟରେ ସିଟ କନଫର୍ମ ଅଛି ତେବେ ତାହାର ନମ୍ବର ଓ ବଗି ନମ୍ବର ଟିକେଟ ଉପରେ ହିଁ ଲେଖାଯାଇଥାଏ । ତେଣୁ ରେଳରେ ଯାତ୍ରା କଲାବେଳେ ଏସବୁ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।