ବିଲ ନାହିଁତ ଖାଇବା ଫ୍ରି ! ଭାରତୀୟ ରେଳବାଇ ତରଫରୁ ଜାରି ହେଲା ନୂତନ ନିୟମ ।

44

ଭାରତୀୟ ରେଳବାଇ ତରଫରୁ ଯାତ୍ରୀ ମାନଙ୍କୁ ଆଉ ଏକ ପଲିସି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଯାହାର ନାମ ହେଉଛି ବିଲ ଫ୍ରି ଫୁଡ ପଲିସି । ଏହି ପଲିସିର ଅର୍ଥ ହେଉଛି ବିଲ ନାହିଁ ତ ଟଙ୍କା ମଧ୍ୟ ନାହିଁ । ଅର୍ଥାତ ଟ୍ରେନରେ ଯାତ୍ରା କରିବା ବେଳେ ଯଦି ଆପଣଙ୍କୁ କୌଣସି ଫୁଡ ଭେଣ୍ଡର ଖାଇବାକୁ ଦେଇ ବିଲ ନଦିଏ ତେବେ ତାର ଟଙ୍କା ନେବାର କୌଣସି ଅଧିକାର ନାହିଁ । ଯାତ୍ରୀମାନଙ୍କୁ ଖାଦ୍ୟ ପଇଁ ଟଙ୍କା ଦେବାକୁ ପଡିବ ନାହିଁ । ଭାରତୀୟ ରେଳବାଇରେ ଏହି ପଲିସି ଏଥିପାଇଁ ଲାଗୁ କରାଗଲା, କାରଣ ଟ୍ରେନରେ ଏପରି ଅନେକ ଥର ଦେଖାଯାଇଛିକି ଫୁଡ ଭେଣ୍ଡର ଖାଦ୍ୟ ଦେଇ ବିଲ ଦେଇନଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏପରି ଏକ ପଦକ୍ଷେପ ଗ୍ରହଣ କରିଛି ।

ଉଲ୍ଲେଖ ଯୋଗ୍ୟ ଭାରତୀୟ ରେଳବାଇ କେବଳ ଖାଦ୍ୟ ବ୍ୟବସ୍ଥାକୁ କଡାକଡି କରୁନାହିଁ । ଏହା ବ୍ୟତିତ ଟିକେଟ, ସୌଚାଳୟ ଏବଂ ଷ୍ଟେସନରେ ମିଳୁଥିବା ଖାଦ୍ୟ ବ୍ୟବସ୍ଥା ଉପରେ ମଧ୍ୟ ଆଇନି କଡାକଡି କରିବାକୁ ପ୍ରୟାସ କରୁଛି । ଅନେକ ଥର ଟ୍ରେନରେ ଯାତ୍ରୀମାନେ ଖାଦ୍ୟ ପଦାର୍ଥର ଅଧିକ ଦାମ ଦେଉଥିବା କଥାକୁ ନେଇ ଅଭିଯୋଗ କରିଥିବା ଘଟଣା ସମ୍ନାକୁ ଆସୁଥିଲା ତେଣୁ ଯାତ୍ରୀ ମାନେ ଅଧିକ ଟଙ୍କା ନଦେବା ପାଇଁ ଗତ କିଛି ଦିନ ପୂର୍ବରୁ ଭାରତୀୟ ରେଳବାଇ ଖାଦ୍ୟ ପଦାର୍ଥକୁ ନେଇ ନୂତ୍ତନ ସୂଚୀ ତିଆରି କରିଥିଲେ । ତେଣୁ ଆଶା କରାଯାଉଛି ଏବେ ଭାରତୀୟ ରେଳବାଇ ତରଫରୁ ହୋଇଥିବା ଫ୍ରି ଫୁଡ ପଲିସି କାରଣରୁ ଯାତ୍ରୀ ମାନଙ୍କୁ ଖାଦ୍ୟ ପଦାର୍ଥ ଉପରେ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ ।

ଫ୍ରି-ଫୁଡ ଯୋଜନା ଅନୁସାରେ, ଯାତ୍ରୀ ଖାଦ୍ୟ ପଦାର୍ଥ ଗ୍ରହଣ କରିବା ପରେ ଭେଣ୍ଡରଙ୍କୁ ବିଲ ମାଗିବେ, ଯଦି ଭେଣ୍ଡର ବିଲ ଦେବାକୁ ମନାକରିଦିଏ ତେବେ ଯାତ୍ରୀ ମଧ୍ୟ ଖାଦ୍ୟର ପଇସା ଦିଅନ୍ତୁ ନାହିଁ । ଏହି ପଲିସିର ନୋଟିସ ସେହି ଟ୍ରେନ ମାନଙ୍କରେ ଲଗାଯିବାର ବ୍ୟବସ୍ଥା କରାଯାଇଛି , ଯେଉଁ ଟ୍ରେନ ମାନଙ୍କରେ ଯାତ୍ରୀମାନେ ଖାଦ୍ୟ କିଣୁଛନ୍ତି ।

ଟ୍ରେନରେ ଯାତ୍ରୀ ମାନଙ୍କ ସୁବିଧା ସୁଯୋଗ ପାଇଁ ରେଳମନ୍ତ୍ରୀ ପିଉସ ଗୋଏଲ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ସହିତ ରେଳରେ ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଭେଣ୍ଡର ଯଦି ଲୋକମାନଙ୍କୁ ବିଲ ନଦିଏ ତେବେ ତାର ଲାଇସେନ୍ସ ରଦ୍ଧ କରାଯାଇ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଗୋଏଲ ନିର୍ଦ୍ଦେଶ ଦେଇଛନ୍ତି ।