ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ ! ଦୁଇଟି ପର୍ଯ୍ୟାୟରେ ୨ ଲକ୍ଷରୁ ଅଧିକ ଆଶାୟୀ ପାଇବେ ସରକାରୀ ଚାକିରି

189

ଭାରତୀୟ ରେଳବାଇ ଗତବର୍ଷ ୧ ଲକ୍ଷରୁ ଅଧିକ ପଦ ପାଇଁ ନିଯୁକ୍ତି ସୁଯୋଗ ଦେଇଥିଲା । ଚଳିତ ବର୍ଷ ମଧ୍ୟ ୨ ଲକ୍ଷରୁ ଅଧିକ ପଦବୀରେ ନିଯୁକ୍ତି ଦେବା ପାଇଁ ଅଂଟା ଭିଡ଼ିଛି ଭାରତୀୟ ରେଳବାଇ । ନିକଟରେ ଏନେଇ ସୂଚନା ଦେଇଛି ରେଳ ମନ୍ତ୍ରାଳୟ । ସୂଚନା ଅନୁସାରେ ୨ ଲକ୍ଷ ୩୦ ହଜାର ପଦବୀ ପାଇଁ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସରକାର ସଂସଦରେ ଆର୍ଥିକ ଆଧାର ଉପରେ ସାଧାରଣ ଗରିବ ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାର ପ୍ରସ୍ତାବ ପାସ୍ ହେବା ପରେ ଏନେଇ ଘୋଷଣା କରିଛି ।

indiatvnews.com

ଭାରତୀୟ ରେଳବାଇ ଅନୁସାରେ ସରକାରଙ୍କ ସଂରକ୍ଷଣ ନିମୟ ଆଧାର ଉପରେ ଆଶାୟୀ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ-ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ପୁରା ହେବ । ପ୍ରଥମ ପର୍ଯ୍ୟାୟରେ ୧,୩୧,୪୨୮ ପଦ ପାଇଁ ନିଯୁକ୍ତି ପ୍ରଦାନ କରାଯିବ । ସେହିପରି ମେ-ଜୁନ ୨୦୨୧ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ନିଯୁକ୍ତ ପ୍ରଦାନ କରାଯିବ । ଦ୍ୱିତୀୟ ପର୍ଯ୍ୟୟରେ ୯୯,୦୦୦ ପଦ ପାଇଁ ପ୍ରାର୍ଥର୍ୀଙ୍କ ଚୟନ କରାଯିବ ।