ଭାରତୀୟ ରେଳବାଇରେ ୧ ଲକ୍ଷ ପଦରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ତୁରନ୍ତ କରନ୍ତୁ ଆବେଦନ ।

643

ଭାରତୀୟ ରେଳବାଇରେ ଚାକିରି କରିବା ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ରେଲୱେ ରିକ୍ରୁଟମେଣ୍ଟ ସେଲ୍ (ଆରଆରସି) ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ଚାକିରି ପାଇଁ ଆଜିଠୁ ଆଶାୟୀମାନେ ଆବେଦନ କରିପାରିବେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ପ୍ରକ୍ରିୟାରେ ୧ ଲକ୍ଷ ୩୭ ହଜାର ୭୬୯ ଆଶାୟୀଙ୍କୁ ନିଯୁକ୍ତି ଦିଆଯିବ । ମାର୍ଚ୍ଚ ୧୨ ତାରିଖ ଅର୍ଥାତ ଆଜି ଠାରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ରହିଛି ।

ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ମାନେ ରେଳବାଇର ୱେବସାଇଟରେ ସମସ୍ତ ତଥ୍ୟ ପାଇପାରିବେ । ତେବେ ଆବେଦନ କରିବା ପାଇଁ ଆଶାୟୀମାନଙ୍କୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ଶୁଳ୍କ ଜମା କରିବାକୁ ପଡିବ । ନିଯୁକ୍ତି ନିମନ୍ତେ ପରୀକ୍ଷାର ଆୟୋଜନ ୨୦୧୯ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ କରାଯିବ । ଏହି ଭର୍ତ୍ତିରେ ଟ୍ରାକ୍ ମେଣ୍ଟେନାନ୍ସ ଗ୍ରେଡ୍-୪, ହେଲପର ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ପୋଷ୍ଟମ୍ୟାନ ଭଳି ପଦରେ ଆଶାୟୀମାନଙ୍କ ଚୟନ କରାଯିବ । ତେବେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଆଶାୟୀମାନଙ୍କୁ ୫୦୦ ଟଙ୍କା ଏବଂ ଆରକ୍ଷିତ ବର୍ଗର ଆଶାୟୀମାନଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବା ପାଇଁ ହେବ ।