ମୋଦି ସରକାରଙ୍କ ବଡ ଉପହାର : ଟ୍ରେନରେ ମାଗଣା ଯାତ୍ରା କରିପାରିବେ ରେଳବାଇ କର୍ମଚାରୀଙ୍କ ସନ୍ତାନ 

143

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ରିପୋର୍ଟ ମୁତାବକ, ରେଳବାଇ ନିଜ କର୍ମଚାରୀଙ୍କ ଦୁଇଟି ସନ୍ତାନଙ୍କୁ ଏବେ ୩୩ବର୍ଷ ବୟସ ପର୍ଯ୍ୟନ୍ତ ମାଗଣା ଯାତ୍ରା ପାଇଁ ପାସ ଦେବ । ପ୍ରଥମେ ଏହି ବୟସ ସୀମା ୨୧ବର୍ଷ ବୟସ ପର୍ଯ୍ୟନ୍ତ ଥିଲା । ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାର ଆଦେଶ ବି ଜାରି କରିଦେଇଛନ୍ତି । ରେଳ ମନ୍ତ୍ରୀ ଅଲ ଇଣ୍ଡିଆ ରେଲୱେ ମେନ୍ସ ଫେଡେରେସନ୍ ସହିତ ବୈଠକ ପରେ ଏହି ପ୍ରସ୍ତାବକୁ ସବୁଜ ସଂକେତ ଦେଇଛନ୍ତି ।

ରେଳ କର୍ମଚାରୀଙ୍କ ଏହି ଦାବି ଅନେକ ବର୍ଷରୁ ଚାଲୁଥିଲା । ରେଳ କର୍ମଚାରୀଙ୍କ କହିବାନୁସାରେ, ତାଙ୍କ ସନ୍ତାନମାନେ ୨୦ କିମ୍ବା ୨୧ ବର୍ଷ ପରେ ହିଁ ଅଧିକ ଯାତ୍ରା କରନ୍ତି । ସେମାନେ ଅନ୍ୟ ରାଜ୍ୟ କିମ୍ବା ସହରରେ ପାଠ ପଢ଼ିବା ପରେ ପରୀକ୍ଷା ଦେବା ପାଇଁ କିମ୍ବା ଅନ୍ୟ କିଛି କୋର୍ସ ପାଇଁ ବାହାରକୁ ଯାଆନ୍ତି । ଏହି କାରଣରୁ ରେଳବାଇ କର୍ମଚାରୀ ସରକାରଙ୍କୁ ପିଲାଙ୍କ ରେଳଯାତ୍ରାରେ ଦିଆଯାଉଥିବା ସୁବିଧାର ସମୟ ସୀମା ବଢ଼ାଇବାର ଦାବି କରିଥିଲେ ।

ଏହି ବ୍ୟବସ୍ଥା ଅଧିନରେ ରେଳବାଇ କର୍ମୀଙ୍କ ପୁଅ ଓ ଝିଅ ଉଭୟେ ସାମିଲ ଅଛନ୍ତି । କିନ୍ତୁ ଝିଅର ବାହା ହେବା ପରେ ମାଗଣା ଯାତ୍ରା ପାସରୁ ବଂଚିତ ହୋଇଯିବ । ପୁଅ ବିବାହ ପରେ ଅର୍ଥାତ୍ ୩୩ ବର୍ଷର ଆୟୁ ପର୍ଯ୍ୟନ୍ତ ଯାତ୍ରା କରିପାରିବେ ଯେପର୍ଯ୍ୟନ୍ତ ସେମାନେ ଆତ୍ମନିର୍ଭରଶୀଳ ନ ହୋଇଛନ୍ତି । ଅର୍ଥାତ୍ ନିଜେ ସରକାରୀ ଚାକିରୀ କରୁଥିଲେ ଏହି ସୁବିଧାରୁ ବଂଚିତ ହୋଇଯିବେ ।