ଆସୁଛି ଦୀପାବଳୀ ! ଭାରତୀୟ ରେଳବାଇ କଲା ବଡ ଘୋଷଣା, ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ, ଜାଣନ୍ତୁ ପୁରା ଅଫର ।

34

ଦଶହରା ପରେ ଆଗକୁ ଆସୁଛି ଦୀପାବଳୀ । ଆଉ ଏହି ଅବସରରେ ଦୂରରେ ଥିବା ଲୋକମାନେ ପରିବାର ଲୋକମାନଙ୍କ ସହ ସାକ୍ଷାତ ହେବାର ଯୋଜନା କରିଥାନ୍ତି । ଯଦି ଆପଣ ମଧ୍ୟ କିଛି ଏଭଳି ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅନେକ ମାତ୍ରାରେ ସହାୟକ ହେବ । ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଯେଉଁଥିରେ ଏହି ପାର୍ବଣ ସମୟରେ କିଛି ଲୋକଙ୍କୁ ମାଗଣାରେ ଯାତ୍ରା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଭାରତୀୟ ରେଳବାଇ ଏକ ତାଲିକା ପ୍ରସ୍ତୁତ କରିଛି । ଆଉ ଏହି ତାଲିକାରେ ସାମିଲ ହେବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି ।

ସର୍ତ୍ତ ଅନୁଯାୟୀ, ଏହି ଲିଷ୍ଟରେ ଯଦି ଆପଣ ସାମିଲ ହେଉଛନ୍ତି, ତେବେ ଆପଣଙ୍କୁ ଟିକେଟ୍ ଉପରେ ୨୫ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଭାରତୀୟ ରେଳବାଇ ଯେଉଁ ତାଲିକା ପ୍ରସ୍ତୁତ କରିଛି, ସେଥିରେ ଯେଉଁ ଲୋକ ଏକାକୀ ଟ୍ରେନରେ ଯାତ୍ରା କରୁଛନ୍ତି କିମ୍ବା ଯେଉଁ ଯାତ୍ରୀ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି, ଅଥବା କୌଣସି ସହଯୋଗୀଙ୍କ ସହ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଯାଉଛନ୍ତି, ତେବେ ସ୍ଲିପର କିମ୍ବା ଏସି କ୍ସାସ ଟିକେଟ୍ ଉପରେ ୧୦୦ ପ୍ରତିଶତ ରିହାତି ମିଳିବ । କେବଳ ଏହି ବର୍ଗର ବ୍ୟକ୍ତି ନୁହନ୍ତି ଆହୁରି ଅଲଗା ବର୍ଗର ଯାତ୍ରୀମାନେ ମଧ୍ୟ ରେଳବାଇର ଏହି ଘୋଷଣାରେ ରିହାତି ପାଇପାରିବେ ।