ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କୁ ସରକାର ଦେଲେ ପୂଜା ଭେଟି ! କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍ 

612

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା କ୍ୟାବିନେଟ୍ ବୈଠକରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ର ସୂଚନା ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର କହିଛନ୍ତି ଯେ ରେଲୱେ କର୍ମଚାରୀଙ୍କୁ ବି ବୋନସ୍ ମିଳିବ । ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବେତନ ବୋନସ୍  ରୂପେ ମିଳିବ । ପ୍ରକାଶ ଜାବେଡକରଙ୍କ କହିବାନୁସାରେ ଏହି ବୋନସ୍ ଉପରେ ସରକାର ୨୦୧୪ କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ସରକାରଙ୍କ ଏହି ନିଷ୍ପତ୍ତିରେ ୧୧.୫୨ ଲକ୍ଷ ରେଳ କର୍ମଚାରୀ ଲାଭବାନ୍ ହେବେ । ରେଲୱେର ପାଖାପାଖି ୧୨ ଲକ୍ଷ କର୍ମଚାରୀଙ୍କୁ ପ୍ରତିବର୍ଷ ଦଶହରା ପୂର୍ବରୁ ବୋନସ୍ ମିଳିଥାଏ ।

କ୍ୟାବିନେଟ୍ ବୈଠକ ସମୟରେ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ପ୍ରଥମ ଥର ପାଇଁ ଏଭଳି କିଛି ହେଉଛି ଯେଉଁଠି ସରକାର ଲଗାତାର ରେଲୱେ କର୍ମଚାରୀଙ୍କୁ ୬ ବର୍ଷ ପାଇଁ ବୋନସ୍ ଦେଉଛନ୍ତି । ଏହି ବୋନସ୍ ରେଲତ୍ତେ୍ୱୱ କର୍ମଚାରୀଙ୍କ କଠିନ ପରିଶ୍ରମର ଉପହାର । ପାର୍ବଣ ଋତୁ ପୂର୍ବରୁ କର୍ମଚାରୀଙ୍କୁ ମିଳିଥିବା ଏହି ଭେଟିରେ କର୍ମଚାରୀ ଖୁବ୍ ଖୁସି ଅଛନ୍ତି । ଏହି ବୋନସ୍ ନନ୍ ଗ୍ୟାଜେଟେଡ୍ କର୍ମଚାରୀଙ୍କୁ ମିଳିବ । ଏହା ଗୋଟିଏ ପ୍ରକାରର ପ୍ରଡକ୍ଟିଭିଟି ଲିଙ୍କଡ୍ ବୋନସ୍ । ରେଳବାଇରେ ପ୍ରଡକ୍ଟିଭିଟି ଲିଙ୍କଡ୍ ବୋନସ୍ କୁ ୧୯୭୯ ରେ ଅଣାଯାଇଥିଲା । ପ୍ରଥମେ ୭୨ ଦିନ ପର୍ଯ୍ୟନ୍ତ ହେଲା ଭଳି ବୋନସ୍ ଦିଆଯାଉଥିଲା ।