୧୦୦ଟଙ୍କା ରୋଜଗାର କରିବା ପାଇଁ ରେଳ ବିଭାଗ ୧୧୧ଟଙ୍କା ଖର୍ଚ୍ଚ କରିଥାଏ ! ତେବେ ଜାଣନ୍ତୁ କିପରି ଭାବରେ ଚାଲୁଛି ଏହି ବିଭାଗ ।

45

କନକ ବ୍ୟୁରୋ : ଭାରତର ଜନସାଧାରଣ ସବୁବେଳେ ଅଭିଯୋଗ କରନ୍ତି ଯେ, ରେଳ ସେବାରେ ଅନେକ ସମୟରେ ଦର ବୃଦ୍ଧି ହେଉଛି । ଏହାସହ ସାଧାରଣ ବଜେଟରେ ମଧ୍ୟ ରେଳ ମନ୍ତ୍ରଣାଳୟ ପାଇଁ କୈାଣସି ବିଶେଷ ଯୋଡନା ସରକାର ଘୋଷଣା କରିନଥିବାରୁ ଲୋକମାନେ ମଧ୍ୟ ଖୁସି ନଥିବା ଜଣାପଡିଛି । କିନ୍ତୁ ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛୁ ଯେ, ରେଳ ମନ୍ତ୍ରଣାଳୟ ମାତ୍ର ୧୦୦ଟଙ୍କା ରୋଜଗାର କରିବା ପାଇଁ ୧୧୧ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଏ ନେଇ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଜାରି ହୋଇଛି । ସେଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଟ୍ରେନରେ ଯେତିକି ପରିମାଣରେ ଅର୍ଥ ଖର୍ଚ୍ଚାଯାଏ ପରିବହନ କରିବା ପାଇଂ ତାହାଠାରୁ ବହୁତ କମ ବିଭାଗର ଲାଭ ହେଉଥିବା ନେଇ ଏଥିରେ କୁହାଯିବା ସହ ପ୍ରତି ୧୦୦ଟଙ୍କା ଆମଦାନୀ କରିବା ପାଇଁ ୧୧୧.୫୧ଟଙ୍କା ବିଭାଗକୁ ଖର୍ଚ୍ଚ କରିବାକୁ ପଡେ ।

 

ତେବେ ଏପ୍ରିଲ ଓ ମେ ମାସରେ ଅପରେଟିଂ ରେସିଓ ୧୧୧ଟଙ୍କାରେ ରେକର୍ଡ ସ୍ତରରେ ପହଞ୍ଚିଥିଲା । ରରିପୋର୍ରୁ ଜଣାପଡିଛି ଯେ, ରେଳର ଅପରେଟିଂ ରେସିଓ ଅନେକ ବର୍ଷ ହେଲାଣି ଅଧିକ ରହିଛି । କିନ୍ତୁ ୫ ରୁ ୬ ବର୍ଷ ମଧ୍ୟରେ ଏହା ୯୦ ପ୍ରତିଶତ ରହିଥିବା ସୂଚନା ମିଳିଛି । ଆମେ ଯଦି ୨୦୧୮-୧୯ରେ ରେଳର ଅପରେଟିଂ ଦେଖିବା ତେବେ ଏହା ବର୍ତ୍ତମାନ ସମୟରେ ୯୨.୮ ରହିଥିବା ଜଣାପଡିଛି । ରିପୋର୍ଟରୁ ଜଣାପଡିଛି ଯେ, ରେଳର ଅପରେଟିଂ ରେସିଓ ଯଦି ଅଧିକ ହୋଇଥିବେ ତେବେ ଏହାର ଅର୍ଥ ରେଳ ବିଭାଗ ପାଖରେ ପୁଞ୍ଜିନିବେଶ କରିବା ପାଇଁ ଅର୍ଥ ନାହିଁ । ତେଣୁ ରେଳ ଲାଇନର ଦୋହରି କରଣ, ନୂଆ ରେଳ ଚଳାଚଳ ଓ ରେଳର ଆଧୁନିକରଣ କରିବାରେ ସମସ୍ୟା ଦେଖାଯାଉଛି ।

 

ତେବେ ରେଳ ବିଭାଗର ସୂଚନା ଅନୁସାରେ ଏପ୍ରିଲ-ଜୁଲାଇ ମସିହାରେ ବିଭାଗ ୧୭୨୭୩.୩୭ କୋଟି ଟଙ୍କା ଆୟ ହୋଇଥିବା ବେଳେ ୧୭୭୩୬.୦୯ କୋଟି ଟଙ୍କା ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଥିଲା । ଏହା ସହ ମାଲ ପରିବହନରେ ମଧ୍ୟ ଆୟ କମିଥିବା ଜଣାପଡିଛି । ତେବେ ମାଲରେ ୩୬୪୮୦.୪୧ କୋଟି ଟଙ୍କାର ଲକ୍ଷ ଥିବା ବେଳେ ୩୯୨୫୩.୪୧ କୋଟି ରହିଛି । ତେବେ ରେଳରେ କିପରି ଭାବରେ ଅଧିକ ଲାଭ ହେବ ସେଥିପାଇଁ କିଛି ନିଷ୍ପତ୍ତି ନିଆଯାଉଥିବା ଏକ ଜାତୀୟ ଗଣମାଧ୍ୟମରୁ ଚର୍ଚ୍ଚା ଜୋର ଧରିଛି ।